ମହାସୁଆର ନିଯୋଗର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି

ପୁରୀ,୧୬/୩(ଏସ ଏସ ନିଉଜ)ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ମହାସୁଆର ନିଯୋଗର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି।ବାରବାଟୀ ଜାଗା ପରିସରରେ ଗୁଳିମାଡ଼ କରି ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ଗୁରୁତର ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।ଏହାଜଣାପଡିବା ପରେ ପୁରୀରେ ଉତେଜନା ପ୍ରକାଶ ପାଇଛି । ପୋଲିସ ପହଁଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।ଆଜି ସକାଳ ସାଢେ ୧୦ ଟା ବେଳେ ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ବାରବାଟୀ ଆଖଡା ନିକଟସ୍ଥ ଏକ ଚାନ୍ଦିନି ଉପରେ ବସିଥିବାବେଳେ ଗୋଟିଏ ବାଇକରେ ୨ଜଣ ଦୁର୍ବୃତ ସେଠାରେ ପହଁଚିଥିଲେ ।
ଏକ ଜମିଜମା କାରବାରକୁ ନେଇ ଆଲୋଚନା ହେଇ ଯୁକ୍ତିତର୍କ ରେ ପରିଣତ ହୋଇଥିଲା ।ହଠାତ ଦୁର୍ବୃତମାନେ ତାଙ୍କ ଉପରକୁ ଅତର୍କିତ ବହବେ ଏକାଧିକ ଗୁଳିଗାଡ ମାରିଥିଲେ ।
ଫଳରେ ତାଙ୍କ ଦେହ ଓ ମୁଣ୍ଡରେ ଗୁଳି ବାଜିଥିଲା ।
ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ମେଡିକାଲରେ ଭର୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

- Advertisement -

Leave A Reply

Your email address will not be published.