ମହମ୍ମଦ ସିକନ୍ଦର ଆଲାମଙ୍କ ରାଜ୍ୟସ୍ତରୀୟ ଜନ୍ମବାର୍ଷିକୀ ପାଳିତ

0 191

ଭୁବନେଶ୍ୱର,୨୭/୭(ଏସଏସନିୟୁଜ)ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସ୍ଵର୍ଗତ ସିକନ୍ଦର ଆଲାମଙ୍କ ୮୨ତମ ଜୟନ୍ତୀ ପାଳନ ଅବସରରେ ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଅବସରରେ ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା , ସ୍ୱର୍ଗତ ସିକନ୍ଦର ଆଲାମଙ୍କ ଧର୍ମପତ୍ନୀ ନଇମା ଆଲାମ୍ ତଥା ତାଙ୍କ କନ୍ୟା ଜଣାଶୁଣା ଗାୟିକା ନାଜିଆ ଆଲାମ୍ ଓ ବିଜେଡିର ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି ଉପସ୍ଥିତ ଥିଲେ । ସ୍ୱର୍ଗତ ଆଲାମ୍‌ଙ୍କ ସ୍ମତି ଉଦ୍ଦେଶ୍ୟରେ ସନ୍ଧ୍ୟାରେ ଭର୍ତ୍ତୃଆଲ୍ ମୋଡ୍‌ରେ ସିକନ୍ଦର ଆଲାମ୍ ଗାଇଥିବା ଗୀତଗୁଡିକ ପରିବେଷଣ କରାଯାଇଥିଲା । ଏଥିରେ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର , ମହାପ୍ରସାଦ କର , ନାଜିଆ ଆଲାମ୍ , ସୁଶାନ୍ତ ପଣ୍ଡା , ରଣଦୀପ୍ ପାଲିତ୍ , ବନ୍ଦିଶ୍ ପାଲିତ୍ , ଧୃତି , ସିଦ୍ଧାନ୍ତ , ତନୁଶ୍ରୀ ଓ କୁମାର ବିଷ୍ଣୁ ସଂଗୀତ ପରିବେଷଣ କରିଥିଲେ । ଏହି କାର‌୍ୟ୍ୟକ୍ରମ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସିକନ୍ଦର ଆଲାମ୍ ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଥିଲା । ଏହି ଅବସରରେ ଲକ୍ଷ୍ମୀଧର ବେହେରା ଓ ଲଗ୍ନ ଦୀପ ମିଶ୍ର ଉପସ୍ଥିତ ଥିଲେ।

Leave A Reply

Your email address will not be published.