ବାରଙ୍ଗ,୯।୩(ଏସ୍ଏସ୍ନିୟୁଜ)ରବିବାର ଦିନ ସକାଳ ୯ଟା ରେ ମଧୁପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ର ସଭଗୃହରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ସହ ମାଗଣା ଔଷଧ ବିତରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚର୍ମ, ଚକ୍ଷୁ ପ୍ରସୂତି, ଅସ୍ଥିଶଲ୍ୟ,ଔଷଧ, ଶିଶୁରୋଗ ଆଦି ବିଭିନ୍ନ ବିଭାଗର ବରିଷ୍ଠ ଓ ଅଭିଜ୍ଞ ଡାକ୍ଟରମାନେ ଯୋଗଦେଇ ଆସିଥିବା ରୋଗୀ ମାନଙ୍କୁ ମାଗଣା ପରୀକ୍ଷା ଓ ଚିକିତ୍ସା କରିଥିଲେ।ଅର୍ଣ୍ଣପୂର୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଶିବିରରେ ଆଖପାଖ ଗ୍ରାମର ପ୍ରାୟ ୪୦୦ରୁ ଉର୍ଦ୍ଧ ରୋଗୀ ଯୋଗଦେଇ ଏହି ସୁବିଧାର ଲାଭ ଉଠାଇଥିଲେ।ମଧୁପୁର ପଞ୍ଚାୟତ ସମିତିସଭ୍ୟ କିସାନ କୁମାର ଜେନା ଏହାକୁ ପରିଚାଳନା କରିଥିଲେ।(ଜିତ୍ରାଉତଙ୍କ ରିପୋର୍ଟ)