ଭୁବନେଶ୍ୱର,୨୫ା୨(ଏସଏସନିୟୁଜ)ମୋବସକୁ ନେଇ ବିବାଦ ଥମୁନଥିବାବେଳେ ଆଜି ପୁଣି ଏକ ମୋ ବସ୍ ଦୁର୍ଘଟଣା ଘଟାଇଛି । ମୋ ବସ୍ ଦୁର୍ଘଟଣା ଏବେ ପୁଣି ରାଜଧାନୀବାସୀଙ୍କୁ ଆତଙ୍କିତ କରିଛି।ଭୁବନେଶ୍ୱର ରେଳଷ୍ଟେସନ ନିକଟ ବସ୍ଷ୍ଟାଣ୍ଡରେ ପୁରୀର ରଞ୍ଜିତ ବେହେରା ନାମକଯୁବକଙ୍କ ଉପରେ ମୋ ବସ୍ ମାଡ଼ିଯିବାରୁ ସେ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ରଞ୍ଜିତ ପୁରୀରୁ ଟ୍ରେନରେ ଭୁବନେଶ୍ବର ଆସି ଷ୍ଟେସନରେ ପହଞ୍ଚିବା ପରେ ଖରା ହେଉଥିବାରୁ ଠିଆ ହେଇଥିଲେ।ହଠାତ ମୋବସ୍ ଡ୍ରାଇଭର କିଛି ନଦେଖି ଆଗକୁ ମାଡ଼ି ଆସିବାରୁ ତାଙ୍କ ଗୋଡ଼ରେ ଭୀଷଣ ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।