ମାଡି ଆସୁଛି ଦାନା

0 34

ଭୁବନେଶ୍ବର,୨୩ା୧୦(ଏସଏସନିଉଜ)ବାତ୍ୟା ଦାନାକୁ ନେଇ ଏବେ ବଡଖବର ଆସିଛି ।ଦାନା ଆଜି ବାତ୍ୟାର ରୂପ ନେଇଥିବା ବେଳେ ଆସନ୍ତାକାଲି ଭୀଷଣ ବାତ୍ୟାର ରୂପ ନେଇପାରେ । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ କହିବା ଅନୁଯାୟୀ ଭିତରକନିକା-ଧାମରା ଭିତରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳ ସୁଦ୍ଧା ଏହା ଉପକୂଳ ଅତିକ୍ରମ କରିବା ନେଇ ସୂଚନା ରହିଛି । ତେବେ ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ ଭିତରେ ରହିବା ନେଇ ଅନୁମାନ କରାଯାଉଛି । ତେବେ ବାତ୍ୟା ଦାନା ପାଇଁ ଧାମରା ଏବଂ ପୁରୀ ବନ୍ଦରକୁ ୪ ନଂ ବିପଦ ସଙ୍କେତ ଦିଆଯାଇଛିା

Leave A Reply

Your email address will not be published.