ଗଞ୍ଜାମ. ୨୬ା୧୨(ଏସଏସନିଉଜ) ମଧ୍ୟାହ୍ନଭୋଜନ ଚାଉଳ ହେରଫେର୍ ଅଭିଯୋଗରେ ଶେରଗଡ଼ ବ୍ଲକ୍ ବାରସିଙ୍ଗି ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କାମରାଜୁ ସେଠୀ ଚାକିରିରୁ ନିଲମ୍ବନ ହୋଇଛନ୍ତି । ଗ୍ରାମବାସୀ ଶେରଗଡ଼ ବିଇଓ ପ୍ରମୋଦ କୁମାର ସେନାପତିଙ୍କ ନିକଟରେ ପ୍ରଧାନଶିକ୍ଷକ ୫ ବସ୍ତା ଚାଉଳ ବିକ୍ରି କରିଥିବା ନେଇ ଅଭିଯୋଗ କରିଥିଲେ।ଏହାପରେ ବିଇଓ ବିଦ୍ୟାଳୟକୁ ଯାଇ ତଦନ୍ତ କରି ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାସହ ଚାକିରିରୁ ନିଲମ୍ବନ କରିଥିବାର ଜଣାପଡିଛି ।