ମଦ ସହ ଡ୍ୟାନ୍ସ କରିପାରିବେ ନାହିଁ

ଭୁବନେଶ୍ବର,୧୩/୮(ଏସଏସନିଉଜ)ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁ ହେବାପୂର୍ବରୁ ରାଜ୍ୟ ସରକାର କଠୋର ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଥିବା ଲାଇସେନ୍ସ ପ୍ରାପ୍ତ ଠିପି ଖୋଲା ବିଦେଶୀ ମଦ ଦୋକାନଗୁଡ଼ିକ ଆଉ ନିଜର ବାର ପରିସରରେ ମଦ ସହ ଡ୍ୟାନ୍ସ କରିପାରିବେ ନାହିଁ । ଏପରିକି ଯେଉଁ ଠିପିଖୋଲା ବିଦେଶୀ ମଦ ଲାଇସେନ୍ସପ୍ରାପ୍ତ ଦୋକାନ ନିଜର ଅନୁମୋଦିତ ସ୍ଥାନଠୁ ଅନ୍ୟ ସ୍ଥାନ(ସେହି କୋଠାର ଅନ୍ୟସ୍ଥାନରେ ଅତିରିକ୍ତ ବାର) କରିଥିବେ ତାକୁ ମଧ୍ୟ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ଦୃଶ୍ୟମାନ ହେଲାଭଳି ମଦ ଦୋକାନ ସାଇନବୋର୍ଡ ତୁରନ୍ତ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ଭୁବନେଶ୍ୱର ଅବକାରୀ ଜିଲ୍ଲା ଅଧୀକ୍ଷକ ଆଜି ନିଜର ସମସ୍ତ ଅବକାରୀ ଉପଅଧୀକ୍ଷକ, ଇନ୍ସପେକ୍ଟର ଓ ଅବକାରୀ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରି ଅବକାରୀ ଆଇନ ଓ ନିୟମକୁ ଉଲ୍ଲଘଂନ କରୁଥିବା ଲାଇସେନ୍ସ ଧାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାଗିଦ୍ କରିଛନ୍ତି ଅବକାରୀ ମନ୍ତ୍ରୀ।ସେ କହିଛନ୍ତି ଯେ, ବହୁ ଠିପିଖୋଲା ବିଦେଶୀ ମଦ ଦୋକାନଗୁଡ଼ିକ ଧାର୍ଯ୍ୟ ସମୟ ବାଦ୍ ବି ଦୋକାନ ଖୋଲା ରଖି ମହିଳାମାନଙ୍କୁ ନିୟୋଜିତ କରି ଗୀତ ବଜାଉଛନ୍ତି ଓଏସବୁ ସୋସିଆଲ ମିଡିଆରେ ମଧ୍ୟ ପ୍ରସାର କରାଉଥିବାର ଅଭିଯୋଗ ମିଳିବାରେ ଲାଗିଛି । ତେଣୁ ସୋସିଆଲ ମିଡିଆରେ ପ୍ରଚାର କରୁଥିବା ଓ ଗୀତ ବଜାଇ ମହିଳାଙ୍କୁ ନିୟୋଜିତ କରୁଥିବା ସମସ୍ତ ଠିପିଖୋଲା ବିଦେଶୀ ମଦଦୋକାନଗୁଡ଼ିକୁ ଯାଂଚ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

- Advertisement -

Leave A Reply

Your email address will not be published.