୪ର୍ଥ ଥରପାଇଁ ମା ହେଲା ବିଜଲି

ବାରଙ୍ଗ,୨୯/୮(ଏସଏସନିଉଜ)ନନ୍ଦନକାନନର ଅନ୍ୟତମ ଆକର୍ଷଣୀୟ ସିଂହୀବିଜଲି
ଗୁରୁବାର ଦିନ ୫ଛୁଆଙ୍କୁ ଜନ୍ମ ଦେଇଛି।୨୦୨୦ ମସିହାରେ ବିଜଲିକୁ ଇନ୍ଦୋର ପ୍ରାଣୀଉଦ୍ୟାନରୁ ନନ୍ଦନ କାନନକୁ ଅଣାଯାଇଥିଲା ।୯ବର୍ଷ ବୟସ୍କା ବିଜଲି ଚତୁର୍ଥ ଥରପାଇଁ ମା ହୋଇଛି।ଏଥର ସିଂହ ସମ୍ରାଟ ସହ ମିଶି ୪ର୍ଥ ଥରପାଇଁ ମା ହେବାର ଷୌଭାଗ୍ୟ ଅର୍ଜ୍ଜନ କରିଛି ବିଜଲି। ବିଜଲିର ଜନ୍ମ ବୃତାନ୍ତ ସହ ଏବେକାର ସ୍ଥିତିକୁ ଶିଶିକ୍ୟାମେରା ମାଧ୍ୟମରେ ଅନୁଧ୍ୟାନ କରାଯାଉଛି ଓ ତାର ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି ନନ୍ଦନକାନନ।ମାଆ ଛୁଆମାନଙ୍କର ଯତ୍ନ ନେଉଥିବାରୁ ମାଆଠାରୁ ଛୁଆମାନଙ୍କୁ ଅଲଗା କରାଯାଇନାହିଁ।ଯାହାଫଳରେ ଜନ୍ମିତ ଛୁଆମାନଙ୍କରେ ଲିଙ୍ଗ ନିରୂପଣ
ହୋଇପାରିନାହିଁ। ମା ଏବଂ ଛୁଆମାନେ ଉଭୟ ସିସିଟିଭି ନଜରରେ ରହିଛନ୍ତି।ଏହି ଜନ୍ମପରେ ନନ୍ଦନକାନନରେ ସିଂହସଂଖ୍ୟା ବୃଦ୍ଧିପାଇ ୨୫ରେ ପହଞ୍ଚିଥିବାର ଜଣାପଡିଛି।୨୦୨୧ରେ ପ୍ରଥମକରି ବିଜଲିମା ହୋଇ ୩ଟି ଛୁଆକୁ ଜନ୍ମ ଦେଇଥିଲା।ସେଥିମଧ୍ୟରୁ ୨ଟିର ମୃତୁହୋଇଥିବା ବେଲେ ତୃତୀୟ ଛୁଆକୁ ମା ଗ୍ରହଣ କରିନଥିଲା।ବାଧ୍ୟ ହୋଇ ଛୁଆକୁ ବଞ୍ଚାଇ ରଖିବା ପାଇଁ ମାଆଠାରୁ ଅଲଗାକରି ଲାଳନ ପାଳନକେନ୍ଦ୍ରରେ ରଖାଯାଇ ବଡ କରାଯାଇ ପରେ ତାରନାମ ବର୍ଷା ରଖାଯାଇଥିଲା।

୨୦୨୨ମାର୍ଚ୍ଚରେ ଦ୍ୱିତୀୟ ଗର୍ଭସ୍ଥ ସନ୍ତାନ କାମିନିକୁ ମଧ୍ୟ ମାଆଠାରୁ ଅଲଗା କରି ଲାଳନ ପାଳନ କେନ୍ଦ୍ରରେ ରଖାଯାଇଥିଲା।
୨୦୨୨ନଭେମ୍ବରରେ ତୃତୀୟ ଗର୍ଭରେ ୫ଟିଛୁଆକୁ ଜନ୍ମ ଦେଇଥିବା ବେଳେ ଗୋଟିକର ମୃତୁ ଘଟିଥିଲା।୪ଛୁଆକୁ ମା ଗ୍ରହଣ କରିବା ସହ ଠିକ୍ ଭବେ ଲାଳନପାଳନ କରିଥିଲା।ଏହିଛୁଆ ପର୍ଯ୍ୟାୟ କ୍ରମେ ବଡହେବା ସହ ସେଥିମଧ୍ୟରୁ ୨ଟି ଛୁଆକୁ ଆଲିକତାର ଅଲିପୂର ଚିଡିଆଖନାକୁ ଗତ ୨୭ତାରିଖରେ ପଠାଯାଇଛି।

- Advertisement -

Leave A Reply

Your email address will not be published.