ବାରଙ୍ଗ,୨୪।୨(ଏସଏସନିଉଜ)ନନ୍ଦନକାନନ ପାଇଁ ଖୁସିଖବର। ନନ୍ଦନକାନନର ଅନ୍ୟତମ ଆକର୍ଷଣୀୟ ୧୩ ବର୍ଷ ୧ମାସ ବୟସର ସାଧାରଣରଙ୍ଗର ବାଘୁଣୀ ଅଙ୍କିତା ସୋମବାର ସକାଳେ ଏକ ଛୁଆ ଜନ୍ମ ଦେଇଛି।ତୃତୀୟଥର ପାଇଁ ମା ହେବାର ଷୌଭାଗ୍ୟ ଅର୍ଜ୍ଜନ କରିଛି ଅଙ୍କିତା।୧୩ ନଭେମ୍ବର ୨୦୨୪ରେ ସୈଫ୍ ସହ ଅଙ୍କିତାର ମିଳନ ଗୋଟିଏ ଦିନ ପାଇଁ ଚାଲିଥିଲା।ଏହି ଯୋଡ଼ିଙ୍କର ମିଳନ ହୋଇ ୧୦୩ ଦିନ ଗର୍ଭଧାରଣ ପରେ ଆଜି ଅଙ୍କିତା ଏକ ଛୁଆକୁ ଜନ୍ମ କରିଛି। ଏହି ନବଜାତକକୁ ମିଶାଇନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି।ସେଥିମଧ୍ୟରୁ ୧୬ ପୁରୁଷ,୧୧ ମହିଳା ଓ ଛୁଆର ଲିଙ୍ଗ ଚିହ୍ନଟ ହୋଇନାହିଁ। ଛୁଆଟିକୁ ଜନ୍ମ ଦେବା ପରେ ସିସିଟିଭି ନଜରରେ
ମା ଏବଂ ଛୁଆଙ୍କ ଗତିବିଧି ଉପରେ କର୍ମଚାରୀମାନେ ତୀକ୍ଷଣ ଦୃଷ୍ଟି ଦେଇଛନ୍ତି।
ରିଷି ଏବଂ ସାରା ଔରସରୁ ଅଙ୍କିତା ୧୩ଜାନୁଆରୀ ୨୦୧୨ରେ ନନ୍ଦନକାନନରେ ଜନ୍ମ ହୋଇଥିଲେ।ଅଙ୍କିତା ତା ଜୀବନ ମଧ୍ୟରେଆଠଟି ସନ୍ତାନକୁ ଜନ୍ମ ଦେବାରେ ସଫଳ ହୋଇଛି।
୧୨ ଜାନୁଆରୀ ୨୦୧୮ରେ ପ୍ରଥମ କରି ମା ହେବାର ଷୌଭାଗ୍ୟ ଅର୍ଜ୍ଜନ କରିଥିଲା ଅଙ୍କିତା।ଦୁଇଟି ଛୁଆକୁ ଜନ୍ମ ଦେଇଥିବା ବେଳେ ଜନ୍ମର ଗୋଟିଏ ଦିନ ପରେ ଅଣ୍ଡିରାଛୁଆଟି ମୃତ୍ୟୁବରଣ କରିଥିଲା। ସିଲ୍କି ନାମକ ମାଇ ଶାବକଟି ବଞ୍ଚିଯାଇଥିଲା।୧୭ ଫେବୃଆରୀ ୨୦୨୩ରେଦ୍ୱିତୀୟ ଗର୍ଭରୁ ୫ଟି ଛୁଆଙ୍କୁ ଜନ୍ମ ଦେଇଥିଲା।ଅମିତ ନାମକ ଅଣ୍ଡିରା ଛୁଆ,ଶ୍ରୀ, ଜୟଶ୍ରୀ, ତୃପ୍ତି ନାମକ ତିନୋଟି ମାଇ ଛୁଆ ବଞ୍ଚିଥିବାବେଳେ ଗୋଟିଏ ଛୁଆର ମୃତୁ ଘଟିଥିଲା।ଆଜି ତାର ତୃତୀୟ ଗର୍ଭରୁ ଗୋଟିଏ ସନ୍ତାନ ଜନ୍ମ ଦେବାପରେ ଅଙ୍କିତା ନନ୍ଦନକାନନକୁ ସମୁଦାୟ ୮ଟି ଛୁଆକୁ ଦେଇଛି।ସେଥିମଧ୍ୟରୁଦୁଇଟି ମରିଯାଇଥିଲେ ଏବଂ ଚାରିଟି ବର୍ତ୍ତମାନ ବଞ୍ଚିଛନ୍ତି। ଏହା ସହିତ ଅନ୍ୟ ଏକ ଛୁଆ ସିଲ୍କି ନାମକ ବାଘୁଣୀକୁ ୧୭-୦୩-୨୦୨୧ରେ ଜୟପୁର ଚିଡ଼ିଆଖାନାକୁ ଏବଂ ଅନ୍ୟ ଏକ ଛୁଆ ତୃପ୍ତି ନାମକ ବାଘୁଣୀକୁ୨୭-୦୮-୨୦୨୪ରେ କୋଲକାତାର ଆଲିପୁର ଚିଡ଼ିଆଖାନାକୁ ସ୍ଥାନାନ୍ତର କରାଯାଇଛି ବୋଲି ଉପନିର୍ଦେଶକ ସନତ କୁମାର ନାରାୟଣ କହିଛନ୍ତି।
Prev Post
Next Post