ନେଇପାରିଲେନି ଟଙ୍କା,ଲୁଟିନେଲେ ସ୍କୁଟି

ବାରଙ୍ଗ,୧୦/୧(ଏସ ଏସ ନିଉଜ)ରାଜଧାନୀ ଉପକଣ୍ଠ ନନ୍ଦନକାନନ ଥାନା ଅନ୍ତର୍ଗତ ମରିଚିଆ ଝିଙ୍କରଡିହ ନଦୀବନ୍ଧ ରାସ୍ତାରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ।ଟଙ୍କା ଲୁଟ ଉଦ୍ୟମ ବିଫଳ ହେବାରୁ ଦୁର୍ବୃତ୍ତ ମାନେ ଟଙ୍କା ରଖାଯାଇଥିବା ସ୍କୁଟିକୁ ଲୁଟିନେଇଛନ୍ତି।ଲୁଟ ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି କଟକରେ ରହୁଥିବା ନହରକଣ୍ଟା ଗ୍ରାମର ସୌମ୍ୟକାନ୍ତ ନନ୍ଦ।ଏନେଇ ସୌମ୍ୟକାନ୍ତ  ସୋମବାର ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି।ସୌମ୍ୟକାନ୍ତଙ୍କ ଅଭିଯୋଗ ମୁତାବକ ସୋମବାର ଦିନ ତାଙ୍କ ପତ୍ନୀ କଟକ ଲିଙ୍କରୋଡ଼ ସ୍ଥିତ ଏକ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇଥିଲେ।ପରେ ପ୍ରତାପନଗରୀ ଛକ ନିକଟରେ ତାଙ୍କ ସ୍ବାମୀଙ୍କୁ ଏହି ଟଙ୍କା ଦେଇଥିଲେ।ବ୍ୟକ୍ତି ଜଣକ ଏହି ଟଙ୍କାକୁ ତାଙ୍କ ସ୍କୁଟି ଡିକିରେ ରଖି ଗଣ୍ଡରପୁର ନିକଟସ୍ଥ ଏକ ଏଟିଏମ୍ ରେ ଜମା କରିବା ପାଇଁ ଆସୁଥିଲେ।ପ୍ରତାପନଗରୀ ବ୍ରିଜ ପାରି ହୋଇ ନଦୀବନ୍ଧ ରାସ୍ତାର କିଛି ବାଟ ଅତିକ୍ରମ କରିଥିବା ବେଳେ ଦୁଇଟି ବାଇକରେ ୫ ଜଣ ଯୁବକ ଆସି ତାଙ୍କ ସ୍କୁଟି କୁ ପଛରୁ ଧକ୍କା ମାରିବାରୁ ବ୍ୟକ୍ତି ଜଣକ ତଳେ ପଡିଯାଇଥିଲା।ଦୁଇ ଜଣ ଯୁବକ ତାଙ୍କୁ ଗାଡ଼ି ଚାବି ମାଗିବାରୁ ସେ ନ ଦେବାରୁ ଚାବି ଛଡ଼ାଇ ଆଣି ସ୍କୁଟି ଡିକି ଖୋଲିବାକୁ ଚେଷ୍ଟା କରିଥିଲେ।ହେଲେ ସେଥିରେ ବିଫଳ ହେବାରୁ ବ୍ୟକ୍ତି ଜଣଙ୍କୁ ଗାଡ଼ିରେ ବସିବା ପାଇଁ ଧମକ ଦେଇଥିଲେ।ବ୍ୟକ୍ତି ଜଣକ ତାଙ୍କ କଥାରେ ରାଜି ନ ହେବାରୁ ସଙ୍ଗେସଙ୍ଗେ ଘଟଣାସ୍ଥଳରୁ ସ୍କୁଟି ଛଡ଼ାଇ ନେଇ ଚମ୍ପଟ ମାରିଥିଲେ।ଏନେଇ ବ୍ୟକ୍ତି ଜଣକ ନନ୍ଦନକାନନ ଥାନାକୁ ଖବର ଦେଇଥିଲେ।ଖବର ପାଇ ନନ୍ଦନକାନନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଆଖପାଖରେ ଥିବା ବିଭିନ୍ନ ସିସିଟିଭି ଯାଞ୍ଚ କରି ତଦନ୍ତ ଜାରି ରହିଥିବା ଥାନାଧିକାରୀ ବିଶ୍ବରଞ୍ଜନ ସେନାପତି ସୁଚନା ଦେଇଛନ୍ତି।(ଗୌତମ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.