ଲୁଚିଥିଲେ , ଓଲ୍ଡଟାଉନ ଅଞ୍ଚଳରୁ ଧରିଲା ପୋଲିସ

ବାରଙ୍ଗ,୨୯।୪(ଏସଏସନିୟୁଜ)ଜବରଦସ୍ତ ଭଙ୍ଗା ବିୟର ବୋତଲ ଦେଖାଇ ମାରିଦେବାକୁ ଧମକ ଦେଇ ସୁନଚେନ୍ ଲୁଟିବା ଘଟନାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ପରେ ଫେରାର ଥିବା ଅନ୍ୟ ଜଣଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି।ସିଏ ହେଉଛନ୍ତି ପାଇକେରାପୁରର ଅନିଲ୍ ରଣଜିତ୍ ଓରଫ ପାପୁଲ୍ ।
ପ୍ରକାଶ ଯେ,ଗତ ମାର୍ଚ୍ଚ ୨୯ତାରିଖ ସକାଳେ ରବି ସୋଭେଶ ନାମକ ବ୍ୟକ୍ତି ତାଙ୍କ କଲେଜକୁ କାରରେ ଯାଉଥିବା ସମୟରେ, ଗୋଠପାଟଣା ଛକ ନିକଟରେ ୩ଜଣ ଅଜଣା ବ୍ୟକ୍ତି ଏକ ମୋଟରସାଇକେଲରେ ଆସି ତାଙ୍କୁ ଅଟକାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଏକ ଭଙ୍ଗା ବିୟର ବୋତଲ ଦେଖାଇ ତାଙ୍କ କାରରେ ଜୋରଜବରଦସ୍ତ ବସିଥିଲେ ଏବଂ ପାଇକରାପୁର ରାସ୍ତା ଆଡକୁ ଗାଡ଼ି ନେବାପାଇଁ ବାଧ୍ୟ କରିଥିଲେ।ପ୍ରାୟ ୩ ରୁ ୪ କିଲୋମିଟର ଯିବା ପରେ, ଏହି ଦୁଇଜଣ ଏକ ନିର୍ଜନ ସ୍ଥାନରେ ଗାଡ଼ିକୁ ଅଟକାଇ ରବି ସୋଭେଶଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରି ପ୍ରାୟ ୧୫ଗ୍ରାମ ଓଜନର ସୁନାଚେନ୍ ତାଙ୍କ ଠାରୁ ବଳପୂର୍ବକ ଛଡ଼ାଇ ନେଇଥିଲେ। କୌଶଳକ୍ରମେ ରବି ସୋଭେଶ ସେଠାରୁ ଖସି ଆସି ଚନ୍ଦକା ଥାନାରେ ଘଟଣା ବିଷୟରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ୯୧/୨୫କେସ ନମ୍ୱର ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।ତଦନ୍ତ ସମୟରେ ପାଇକେରାପୁର ଗ୍ରାମର ଆସିସ୍ ରଞ୍ଜନ ସାମନ୍ତରାୟ, ଅମିତ ନାୟକ ଓ ଅନିଲ୍ ରଣଜିତ୍ ଓରଫ ପାପୁଲ୍ ନାମକ ଯୁବକ ଏହି କାଣ୍ଡ ଘଟାଇଥିବାର ଜାଣିବାକୁ ପାଇବା ପରେ ପୋଲିସ ଦୁଇଜଣ ଙ୍କୁ ଗିରଫ କରି ଗତ ୩ତାରିଖରେ କୋର୍ଟ ଚାଲାଣ କରିଥିଲା ।ଏହି ଘଟଣାର ଅନ୍ୟ ଜଣେ ସହଯୋଗୀ ଅନିଲ୍ ରଣଜିତ୍ ଓରଫ ପାପୁଲ୍ ସେହିଦିନଠାରୁ ଫେରାର ହୋଇଯାଇଥିଲେ।ମଙ୍ଗଳବାର ବଢିଭୋର ସମୟରେ ଅନିଲ୍ ଙ୍କୁ ଓଲ୍ଡଟାଉନ ଅଞ୍ଚଳରୁ ଗିରଫ କରି ପୋଲିସ ମଙ୍ଗଳବାର କୋର୍ଟ ଚାଲାଣ କରିଛି।ତାଙ୍କଠାରୁ କ୍ୟାମେରା ଓ ମୋବାଇଲ୍ ଫୋନ୍ ଜବତ କରିଛି।

- Advertisement -

Leave A Reply

Your email address will not be published.