ଲାଇନଚ୍ୟୁତ ହେଲା ସିମେଣ୍ଟ ବୋଝେଇ ଟ୍ରେନ୍

ସମ୍ବଲପୁର,୧୩/୧୦(ଏସ ଏସ ନିଉଜ) ସମ୍ବଲପୁରରେ ଲାଇନ ଚ୍ୟୁତ ହୋଇଛି ଝାରସୁଗୁଡ଼ାରୁ ସମ୍ୱଲପୁର ଆସୁଥିବା ସିମେଣ୍ଟ ବୋଝେଇ ଟ୍ରେନ୍ । ସମ୍ୱଲପୁରର ସର୍ଲା ୟାର୍ଡଠାରେ ବିଳମ୍ବିତ ରାତିରେ ମାଲବାହୀ ଟ୍ରେନ ୪ଟି ବଗି ଲାଇନଚ୍ୟୁତ ହୋଇଛି ।ଟ୍ରେନଟି ଲାଇନଚ୍ୟୁତ ହେବାର କାରଣ ଜଣାପଡିନଥିବାବେଳେ ଟ୍ରେନ ଟ୍ରାକର ମରାମତି କାର୍ଯ୍ୟ ଜାରି ରହିଛି।ଏହି ଘଟଣା ପରେ ଝାରସୁଗୁଡ଼ା-ସମ୍ବଲପୁର ପାସେଞ୍ଜର ଟ୍ରେନ ଓ ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସ ୨ଟି ଟ୍ରେନକୁ ଆଜି ପାଇଁ ରଦ୍ଦ କରାଯାଇଛି।

- Advertisement -

Leave A Reply

Your email address will not be published.