ଗାଡ଼ିରେ ଲିପ୍ଲିଟ୍ ବାହାନାରେ ଲୁଟିଲେ ୩୫ ହଜାର

0 55

ବାରଙ୍ଗ, ୨୭/୯(ଏସଏସନିଉଜ)ବାରଙ୍ଗ- ରତାଗଡ଼ ମୁଖ୍ୟରାସ୍ତାର ଚଣ୍ଡୀପ୍ରସାଦ ଗ୍ରାମ ନିକଟରେ ଛୁରୀ ଦେଖାଇ ଜଣେ ସ୍କୁଟି ଚଳକଙ୍କଠାରୁ ୩୫ ହଜାର ଟଙ୍କା ଲୁଟି ନେଇଥିବାର ବାରଙ୍ଗଥାନାରେ ଅଭିଯୋଗ ହୋଇଛି।
ପ୍ରକାଶଯେ, ଗୁରୁବାରଦିନ ସାଢେ଼ ୧୨ ସମୟରେ ବାଙ୍କୀଥାନା ଅଂଚଳ କେଉଟପାଟଣା ଗ୍ରାମର ଭାସ୍କର ବେହେରା (୩୬) ନାମକ ବ୍ୟକ୍ତିଘରୁ ଓଡି ୦୫ୟାଇ ୩୦୧୮ନମ୍ୱର ସ୍କୁଟି ଯୋଗେ ସୀତାରାମ ବଜାରସ୍ଥିତ ଜୟଦେବ ବେହେରା ନାମକ ଭିଣେଇଙ୍କ ଘରକୁ ଭଣଜା ର ଦେହ ଖରାପ ଥିବାର ଶୁଣି ଆସୁଥିଲେ। ଆସୁଥିବା ବେଳେ ଭଣଜାର ଚିକିତ୍ସା ପାଇଁ ରାମଦାସପୁର ସିଆରପିଏଫ ପାଖରୁ ପ୍ରଥମେ ଏସବିଆଇ ବ୍ୟାଙ୍କ ଏଟିଏମ୍ ରୁ କୋଡ଼ିଏ (୨୦) ହଜାର ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍ ରୁ ପନ୍ଦର (୧୫) ହଜାର ଟଙ୍କା ମୋଟ ପଇଁତିରଶ (୩୫) ହଜାର ଟଙ୍କା ଉଠାଇ ରତାଗଡ଼ ଚଣ୍ଡୀପ୍ରସାଦ ଗ୍ରାମଦେଇ ଆସୁଥିଲେ। ଚଣ୍ଡୀପ୍ରସାଦ ଗ୍ରାମ ନିକଟରେ ଜଣେ ଅଜଣା ବ୍ୟକ୍ତି ଗାଡ଼ି ଅଟକାଇ ଆଗ ଛକ ପର୍ଯ୍ୟନ୍ତ ଯିବାପାଇଁ ଲିଫ୍ଟ ମାଗିଥିଲା। ଭାସ୍କର ମନାକରିଥିଲେ ମଧ୍ୟ କାକୁତି ମିନତି ହୋଇ କହିଥିଲା।ବାଧ୍ୟ ହୋଇ ଭାସ୍କର ତାଙ୍କୁ ଗାଡ଼ିରେ ଆଣିଥିଲେ। କିଛି ବାଟ ଆସିବା ପରେ ଯୁବକ ଜଣଙ୍କ ଗାଡିରୁ ଓହ୍ଲାଇ ଥିଲେ।ଏହିସମୟରେପୂର୍ବରୁ ପ୍ରସ୍ତୁତି ହୋଇରହିଥିବା ଅନ୍ୟଜଣେ ଅଜଣା ଯୁବକ ଆସି ଭାସ୍କରଙ୍କୁ ଏକ ଛୁରୀ ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।ଲିଫ୍ଟ ରେ ଆସିଥିବା ଯୁବକ ଭଣଜାର ଚିକିତ୍ସା ପାଇଁ ସାଙ୍ଗରେ ଆଣିଥିବା ୩୫ହଜାର ଟଙ୍କା, ଗୋଟିଏ ମୋବାଇଲ, ଦୁଇଟି ଏଟିଏମ୍ କାର୍ଡକୁ ଛଡ଼ାଇ ନେଇ ଦୁଇଜଣ ଦୈାଡି ପଳାଇଯାଇଥିଲେ।ଭିଣୋଇ ଙ୍କ ଘରକୁ ଆସି ଘଟଣା ବିଷୟରେ କହିବା ପରେ ଉଭୟ ଘଟଣାସ୍ଥଳକୁ ଯାଇ ଆଖ ପାଖ ଗାଆଁରେ ଯୁବକ ଦୁଇଜଣଙ୍କୁ ଖୋଜାଖୋଜି କରିଥିଲେ।ନିରାଶ ହେବାପରେ ଭିଣୋଇଙ୍କୁ ସାଙ୍ଗରେ ଧରି ଭାସ୍କର ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ।ପୋଲିସ ଶୁକ୍ରବାର ଦିନ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.