କୁଜିମହଲରେ ବିଜେଡି ଜନସମ୍ପର୍କ ପଦଯାତ୍ରା

0 147

ମେଣ୍ଢାଶାଳ,୧୧ା୧୦(ଏସଏସନିଉଜ)ବିଜେଡି ପକ୍ଷରୁ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପି ଜନସମ୍ପର୍କ ପଦଯାତ୍ରାର ଶେଷଦିନରେ ବିଜେଡି ପକ୍ଷରୁ କୁଜିମହଲଠାରେ ବୁଧବାରଦିନ ବିଜେଡି ନେତା ଆଡ଼ଭୋକେଟ ଅର୍ଜୁନ ପରିଡାଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକର ସଫଳ ରୂପାୟନ ବିଷୟରେ ସ୍ଲୋଗାନ ମାଧ୍ୟମରେ ଏହି ପଦଯାତ୍ରାରେ ସାମିଲ ହୋଇଥବା ଶହଶହ କର୍ମୀମାନେ ଜନସାଧାରଣଙ୍କ ନିକଟରେ ଏହି ବାର୍ତା ପହଞ୍ଚାଇଥିଲେ । ଜଟଣୀ ନିର୍ବାଚନ ମଣ୍ଡଳୀର ବଛାବଛା ନେତୃସ୍ଥାନୀୟକର୍ମୀ, ମହିଳାକର୍ମୀ ଓ଼ ଜନସାଧାରଣ ଏହି ପଦଯାତ୍ରାରେ ଯୋଗଦେଇ ପ୍ରଥମେ କୁଜିମହୁଲ ଫୁଟବଲ ପଡିଆଠାରୁ ପଦଯାତ୍ରା ଆରମ୍ଭ କରାଯାଇ ଗ୍ରାମର ପ୍ରତ୍ୟକ ସାହି ପରିକ୍ରମା କରାଯାଇ କୁଜିମହୁଲ ସ୍କୁଲପାଖରେ ପଦଯାତ୍ରା ଶେଷ କରିଥିଲେ ।ଏଥିରେ ଶତାଧିକ ମହିଳାକର୍ମୀଙ୍କ ସମେତ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ବିଜେଡି କର୍ମୀ ଯୋଗ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଆଇନୀଜୀବୀ ଦିଲ୍ଲୀପ କୁମାର ବେହେରା, ଅନ୍ଧାରୁଆ ପଂଚାୟତ ସମିତି ସଭ୍ୟା ଜ୍ୟୋସ୍ନାରାଣୀ ନାୟକ .ମମତା ଦେହୁରୀ, ଘନ ଭୋଳ, ପବିତ୍ର ପରିଡା, ଅନ୍ଧାରୁଆ ପୂର୍ବତନ ସରପଞ୍ଚ ଅଜିତପରିଡା, ଗୋଲାପପରିଡା, ଦୀନେଶରାଉତରାୟ ଓ଼ ମଙ୍ଗୁଳି ହରିଚନ୍ଦନ ପ୍ରମୁଖ ଉପସ୍ଥିତଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.