ବାରଙ୍ଗ,୯/୧୨(ଏସଏସନିଉଜ) ନରାଜ ତଳଗଡସ୍ଥିତ ଫାଇରିଂ ରେଞ୍ଜ ନିକଟରେ ଥିବା ପରିତ୍ୟକ୍ତ କୂଅରୁ ସୋମବାର ଦିନ ଏକ ବୁଲା ଗାଈକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି।ସୋମବାର ପୂର୍ବାହ୍ନରେ ଭୁବନେଶ୍ୱର କଟକ କମିସନରେଟର କିଛି ଯବାନ ତଳଗଡ ଫାଇରିଂ ରେଞ୍ଜକୁ ଫାଇରିଂ ପରୀକ୍ଷଣ ପାଇଁ ଆସିଥିଲେ। ଏହି ସମୟର ପରିତ୍ୟକ୍ତ କୂଅରେ ଗାଈଟି ପଡ଼ିଥିବାର ଦେଖି ଯବାନମାନେ ବାରଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀର ଏକ ୬ଜଣିଆଦଳ ଆସି କୂଅ ଭିତରୁ ଗାଇଟିକୁ ଉଦ୍ଧାର କରିଥିଲେ।