କୋଣାର୍କରେ ହେବ ଇକୋ ରିଟ୍ରିଟ୍‌ର ଚତୁର୍ଥ ସଂସ୍କରଣ

ଭୁବନେଶ୍ୱର,୨୮/୧୦(ଏସଏସ ନିଉଜ)ଏଥର ଡିସେମ୍ବର ପହିଲାରୁ କୋଣାର୍କରେ ହେବ ଇକୋ ରିଟ୍ରିଟ୍‌ର ଚତୁର୍ଥ ସଂସ୍କରଣ ।ଚଳିତ ବର୍ଷର ଇକୋ ରିଟ୍ରିଟ୍‌କୁ ଅଧିକ ଆକର୍ଷଣୀୟ ଓ ମନୋଜ୍ଞ ଭାବେ ଆୟୋଜନ କରିବାକୁ ଜିଲାପାଳ ଦେଲେ ପରାମର୍ଶ lପର୍ଯ୍ୟଟନବିଭାଗ ପକ୍ଷରୁ ଜିଲା ପ୍ରଶାସନ ଏବଂ ଇ-ଫାକ୍ଟର ଏଜେନ୍ସିର ମିଳିତ ସହଯୋଗରେ ଡିସେମ୍ବର ୧ରୁ ୨୦୨୩ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଇକୋ ରିଟ୍ରିଟ୍‌ ଅନୁଷ୍ଠିତ ହେବ।୭୦ଟି ଲକ୍‌ଜରି ଟେଣ୍ଟ କରାଯିବ, ଯେଉଁଥିରେ ତାରକା ହୋଟେଲ ଅନୁରୂପ ସୁବିଧା ଯୋଗାଇ ଦିଆଯିବ।ଇକୋ ରିଟ୍ରିଟ୍‌ ସମୟରେ ଜଳକ୍ରୀଡ଼ା, ବିଚ୍‌ ସ୍ପୋର୍ଟସ, ଇନ୍‌ଡୋର ଗେମ୍‌ ଇତ୍ୟାଦି ବ୍ୟବସ୍ଥା ଉପଲବ୍ଧ ହେବ।

- Advertisement -

Leave A Reply

Your email address will not be published.