କମୁଛି ମୁଣ୍ଡଳୀ ଜଳସ୍ତର

ଭୁବନେଶ୍ବର,୩୧/୭(ଏସଏସନିଉଜ)କଟକ ମୁଣ୍ଡଳୀରେ କମିଲା ମହାନଦୀର ଜଳସ୍ତର।ସକାଳ ୬ଟା ସୁଦ୍ଧା ୪ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହୋଇଛି।ଅପଷ୍ଟ୍ରିମ୍‌ରେ ୮୭.୮୦ ଓ ଡାଉନଷ୍ଟ୍ରିମ୍‌ରେ ୮୪.୯୦ ଫୁଟ ଜଳସ୍ତର ରହିଛି।ରାତିରେ ୪ ଲକ୍ଷ ୮୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିଲା।ଜଳସ୍ତର କମିଥିବାରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା ନଥିବାର ଜଣାପଡିଛି।ଅନ୍ୟପଟେହୀରାକୁଦର ୨ଟି ଗେଟ୍ ବନ୍ଦ ହୋଇଛି।ଏବେ ୧୮ଟିଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି।ବାମପାର୍ଶ୍ବରେ ୧୨ ଓ ଦକ୍ଷିଣ ପାର୍ଶ୍ବର ୬ଟି ଗେଟ୍‌ ଖୋଲାରହିଛି।ହୀରାକୁଦର ଜଳସ୍ତର ୬୧୧.୮୫ ଫୁଟ ରହିଥିବାବେଳେ ୧,୫୭,୨୭୨ କ୍ୟୁସେକ ପ୍ରବେଶ ଓ ୩,୦୯,୭୪୦ କ୍ୟୁସେକ ନିଷ୍କାସିତ ହେଉଛି।ଗତ ରବିବାର ପର୍ଯ୍ୟାୟକ୍ରମେ ୨୦ଟି ଗେଟ୍‌ ଖୋଲାଯାଇଥିଲା।

- Advertisement -

Leave A Reply

Your email address will not be published.