ଭୁବନେଶ୍ୱର,୩।୩(ଏସଏସନିୟୂଜ)ଝାରସୁଗୁଡ଼ାରେ ଅନାଥ ଛୁଆଙ୍କ ଦାୟିତ୍ବ ନେଲେ ରାଜ୍ୟ ସରକାର।
ଏନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ପୌଷ୍ୟସନ୍ତାନ ଯୋଜନା।ଏପ୍ରିଲ ପହିଲାରୁ ମାଗଣାରେ ଅନାଥ ଶିଶୁଙ୍କୁ ଶିକ୍ଷାଦାନ କରାଯିବ।
ସିଏସ୍ଆର ପାଣ୍ଠିର ବିନିଯୋଗରେ ମାଗଣା ଶିକ୍ଷାଦାନ କରାଯିବ।ଏନେଇ ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି।କମିଟିରେ MCL କର୍ତ୍ତୃପକ୍ଷ, ମହିଳା ଓ ଶିଶୁବିକାଶ ଅଧିକାରୀ ରହିବେ।ଜିଲ୍ଲା ଶିକ୍ଷାଧିକାରୀ କମିଟିରେ ରହିବେ, ଏହାକୁ ନେଇ ଟ୍ରଷ୍ଟ ବୋର୍ଡ ହେବ ବୋଲି ମନ୍ତ୍ରୀ କହିଛନ୍ତି।
Prev Post
Next Post