ବାରଙ୍ଗ,୨୦/୭(ଏସଏସନିଉଜ)ସ୍ଥାନୀୟ କୁଞ୍ଜବିହାରି ମହାବିଦ୍ୟାଳୟରେ ନାରୀମାନଙ୍କ ସମସ୍ୟା ଓ ସଶସ୍ତ୍ରିକରଣ ଉପରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧକ୍ଷା ଡ଼. ଲିପିପୁଷ୍ପା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାରେ ଓଡିଶା ମହିଳାକମିଶନର ପୂର୍ବତନ ସଦସ୍ୟା ନମ୍ରତାଚଢା ମୁଖ୍ୟ ଅତିଥି ଓ ବିଶିଷ୍ଠ ସମାଜସେବୀ ଡ଼. ରୋଜାଲିନ ପାଟଶାହନି ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ମହିଳାମାନଙ୍କ ର ଦୈନଦିନ ଜୀବନରେ ଉପୁଜୁଥିବା ବିବାଦ,ବିଭିନ୍ନ ସମସ୍ୟା ଓ ସମାଧାନ ବାବଦରେ ଆଲୋକପାତ କରିଥିଲେ।ଅଧ୍ୟାପିକା ଡ଼. ଜୟଶ୍ରୀ ନନ୍ଦ,ପ୍ରଜ୍ଞାପାରମିତା ସେଠି ଓ ଅନ୍ୟମାନେ ସେମାନଙ୍କର ସନ୍ଦର୍ଭପାଠ କରିଥିବାବେଳେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଡ଼.ସନ୍ତୋଷ କୁମାର ମିଶ୍ର, ଡ଼.ସୁସ୍ମିତା ତ୍ରିପାଠୀ,କିଶୋର ଚନ୍ଦ୍ର ସାହୁ, ଡ଼.ପ୍ରବୀର ମହାନ୍ତି, ଚାରୁ ଗୋଏଲ, ଚନ୍ଦ୍ରିକାଦାସ ପ୍ରମୁଖ ପରିଚାଳନା କରିଥିଲେ।ଏହି ଆଲୋଚନାଚକ୍ରରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।