କଟକ ,୧୬/୬(ଏସଏସନିଉଜ)ସରକାର ସାଧାରଣଲୋକଙ୍କ ହିତ ପାଇଁ ବହୁବିଧ ଯୋଜନାମାନ କରିଚାଲିଛନ୍ତି ।ଏହାର ସୁଫଳ କିପରି ସାଧାରଣଲୋକଙ୍କ ପାଖରେ ପହଁଚିପାରିବ ସେଥିପାଇଁ ଅଧିକାରୀମାନଙ୍କୁ ମଧ୍ୟ ତାଗିଦ କରିଚାଲିଛନ୍ତି ।ଏହାସତ୍ୱେ କେତେକ କ୍ଷେତ୍ରରେ ଅଧିକାରୀମାନଙ୍କର ଖାମଖିଆଲ ମନୋଭାବ ଯୋଗୁ ସାଧାରଣ ଲୋକ ସରକାରୀ ଫାଇଦାରୁ ବଂଚିତ ହେଉଛନ୍ତି ।ଯାହାର ଉଦାହରଣ ଏବେ ଦେଖିବାକୁ ମିଳିଛି ।କଟକ ସଦର ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାରେ ନିର୍ମାଣ ଚାଲିଛି ଅଳିଆ ଆବର୍ଜ୍ଜନା ବସ୍ତୁ ରଖିବା ପାଇଁ କୁଣ୍ଡ ।କେନ୍ଦ୍ରସରକାରଙ୍କର ଅନୁଦାନରେ ଗୋଟିଏ କୁଣ୍ଡ ନିର୍ମାଣ ପାଇଁ ୧୦ହଜାରେ ଟଙ୍କା ଖର୍ଚ୍ଚ ହେଉଛି ।କିନ୍ତୁ ଏଠାରେ କୁଣ୍ଡ କରାଯାଇଛି ,କିନ୍ତୁ ଏହାର ମାନ କିଭଳି ରହିଛି ତାହାକୁ ଭଲଭାବରେ ଦେଖନ୍ତୁ ।ଏହିଭଳି ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।କୁଣ୍ଡ ନିର୍ମାଣ କାମ ସରିବା ପୁର୍ବରୁ ଫାଟିକରି ଆଁ କରିବାକୁ ଆରମ୍ଭ କଲାଣି । କଟକ ସଦର ବ୍ଲକ ବରିଷ୍ଠ ଅଧିକାରୀଙ୍କ ଜଣାତରେ ସବୁ ଚାଲିଛି ନା ଏହାକୁ ତାଙ୍କ ଅଜାଣତରେ ହରିଲୁଟ ଚାଲିଛି ତାହଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତର୍ଜମା କଲେ ପକୃତ ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିବ ବୋଲି ଜଣାପଡିଛି ।