ଭୁବନେଶ୍ଵର,୬ା୬(ଏସଏସନିଉଜ) ବିଜେପିର ବିପୁଳ ବିଜୟ ପରେ ଜୟନାରାୟଣମିଶ୍ର ପ୍ରେସମିଟ୍ କରିଛନ୍ତି ।ସେକହିଛନ୍ତି ଲୋକଙ୍କ ଭିତରେ କ୍ରୋଧ ଥିଲା, ଡାକ୍ତର , ଶିକ୍ଷକ ନାହାନ୍ତି , ଧାନମଣ୍ଡି ଇସ୍ୟୁ ତାସାଙ୍ଗକୁ ନିର୍ଦ୍ଦିଷ୍ଟ ରଣନୀତି କରି ବିଜେଡିକୁ ଆକ୍ରମଣ କରିଥିଲୁ , କିନ୍ତୁ ବିକଳ୍ପ ନଥିଲା , ଲୋକେ ବିକଳ୍ପ ଖୋଜୁଥିଲେ ଆମେ ସଫଳ ହେଲୁ । ମୁଁ ଯେଉଁଦିନ ବିରୋଧୀ ଦଳର ନେତା ହେଲି ସେଦିନଠାରୁ କହୁଛି ବିଜେପି ଜିତିବ। ମୋ କଥା ଆଜି ସତ୍ୟ ହୋଇଛି। ଅନେକ ଚକ୍ରାନ୍ତ ଚାଲିଥିଲା , ସବୁ ଚକ୍ରାନ୍ତକୁ ପଣ୍ଡ କରି ବିଜେପି ସରକାର କରିଛି। କାହାକୁ ଛଡ଼ାଯିବନି , ସମସ୍ତେ ଜେଲ୍ ଯିବେ ବୋଲି ସାମ୍ବାଦିକସମ୍ମିଳନୀରେ କହିଛ୍ତି ଜୟନାରାୟଣ ମିଶ୍ର । ଓଡ଼ିଆରେ କହି ପାରୁଥିବା ଜଣେ ଓଡ଼ିଆ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ ।ଯିଏ ବି ମୁଖ୍ୟମନ୍ତ୍ରୀ ହେବ , ନବୀନଙ୍କ ଠାରୁ ଭଲ ହେବ ।ଓଡ଼ିଶାର ବିକାଶ ଓ ଏକ ନମ୍ବର ରାଜ୍ୟ କରିବା ଆମର ଲକ୍ଷ୍ୟ । ରତ୍ନଭଣ୍ଡାର ଚାବି ବାହାର କରିବୁ , କୋଷ୍ଟାଲ ହାଇୱେ କରିବୁ ଓ କୌଣସି ଅଭିଯୁକ୍ତଙ୍କୁ ଛଡ଼ାଯିବନି କହିଲେ ଜୟନାରାୟଣ ।
ଅନ୍ୟପଟେ ନିର୍ବାଚନରେ ପରାଜୟ ପରେ କଂଗ୍ରେସର ପ୍ରେସମିଟ୍ କରାଯାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର ।ସୁଟ୍ ବୁଟ୍ ପିନ୍ଧା ଲୋକ ଆସି ଓଡ଼ିଶାକୁ ଖୋଳ କରିଦେବୋଓଡ଼ିଶାବାସୀ କଂଗ୍ରେସ ଉପରେ ବିଶ୍ବାସ ବଜାୟ ରଖନ୍ତୁ ବୋଲି କହିଛନ୍ତି ।ବିଜୟୀ ୧୪ ନବ ନିର୍ବାଚିତ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇବାସହ କଂଗ୍ରେସ କମୀଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଧନ୍ୟବାଦ ଦେଇଥିଲୋଏହାସହ ହାରିଯାଇଥିବା କଂଗ୍ରେସ କର୍ମୀଙ୍କୁ ଶାନ୍ବନା ଦେଲେ ଅଜୟା କମ୍ ମାର୍ଜିନରେ ହାରିଥିବା ସମସ୍ତ ପ୍ରାର୍ଥୀଙ୍କୁ ଗୁରୁଦାୟିତ୍ବ ଦିଆଯିବ ବୋଲି କହିଥିଲେ ।