କବାଟ ଖୋଲିଲାନି ବୋହୂ

ନୟାଗଡ଼,୨୧/୧୧(ଏସଏସନିଉଜ) କବାଟ ଖୋଲିଲାନି ବୋହୂ ,ଶେଷରେ ଦାଣ୍ଡଦୁଆରେ ଆଖିବୁଜିଲେ ରୋଗିଣା ଶାଶୁ ।ଏହିଭଳି ଅମାନବୀୟ ଘଟଣା ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ହରିହରପୁର ଗାଁରେ ଘଟିଛି । ହରିହରପୁର ଗାଁର ମୀନା କୁମାରୀ ନାୟକଙ୍କ ଚିକିସ୍‌। ଭୁବନେଶ୍ୱରରେ କରାଇ ୭ଦିନପରେ ସାମାନ୍ୟ ସୁସ୍ଥ ହେବାପରେ ପୁଅ ଘରକୁ ଆଣିଥିଲେ । ଦାଣ୍ଡଦୁଆରେ ସ୍ୱାମୀ ଓ ଶାଶୁଙ୍କୁ ଦେଖି ଘରର କବାଟ ଖୋଲିନଥିଲେ ବୋହୂ।ଫଳରେ ଗତକାଲି ଅପରାହ୍ନ ୨ଟାରୁ ମାପୁଅ ଘରେ ପଶିନପାରି ଶୀତକାକରରେ ବାହାରେ ପଡିରହିଥିଲେ ।ଶେଷରେ ଅସହ୍ୟ ଥଣ୍ଡା ସହି ନ ପାରି ବୃଦ୍ଧାଜଣକ ଗତକାଲି ରାତିରେ ନିଜ ପୁଅ କୋଳରେ ଆଖି ବୁଜିଦେଇଥିବାର ଜଣାଯାଇଛି।

- Advertisement -

Leave A Reply

Your email address will not be published.