ଯୁବତୀର ମୋବାଇଲ୍ ଛଡ଼ାଇ ଧରାପଡିଲେ ୨

ଜଟଣୀ,୨୬।୩(ଏସଏସନୀୟୂଜ) ୨୫ ତାରିଖ ସକାଳ ପ୍ରାୟ ୯.୨୦ମିନିଟ ସମୟରେ ଜାଗ୍ୟସେନୀ ପାହାଡସିଂ ନାମକ ଯୁବତୀ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନରୁ ଜଟଣୀସ୍ଥିତ ତାଙ୍କ କୋଚିଂ ସେଣ୍ଟରକୁ ଯାଉଥିଲେ। ସେ ରେଳ ଷ୍ଟେସନ୍ ଗୋଲେଇଛକ ନିକଟରେ ତାଙ୍କ ମୋବାଇଲ୍ ଫୋନ୍‌ରେ କଥା ହେଉଥିବା ସମୟରେ ହଠାତ୍ ଦୁଇଜଣ ଅଜଣା ଅପରାଧୀ ଏକ ଲାଲରଙ୍ଗର ଓଡି-୧୩-ଏନ-୬୭୧୨
ନମ୍ୱର ବାଇକ୍‌ରେ ଆସି ମୋବାଇଲ୍ ଫୋନ୍ ଛଡ଼ାଇ ନେଇଯାଇଥିଲେ। ସେ କିଛିଦୂର ପର୍ଯ୍ୟନ୍ତ ସେମାନଙ୍କୁ ପିଛା କରିଥିଲେ କିନ୍ତୁ ସେମାନେ ଦ୍ରୁତ ଗତିରେ ଘଟଣାସ୍ଥଳରୁ ପଳାଇ ଯାଇଥିବାର ଜଟଣୀ ଥାନାରେ ଅଭିଯୋଗ ହୋଇଥିଲା।ପୋଲିସ୧୩୧/୨୫କେସ୍ ନଂରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା।ତଦନ୍ତ ସମୟରେପୋଲିସ ଜଟଣୀ ବୁଢାପଡାରଚିକୁ ଓରଫ ବୃନ୍ଦାବନ ସାହୁ ଓ ଚନ୍ଦା ଓରଫ ସୁରେଶ ବେହେରା (୨୯)ଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ ମୋବାଇଲ୍ ଫୋନ୍ ଓ ବାଇକ୍ ଜବତ କରି ଆଜି କୋର୍ଟ ଚାଲଣ କରିଛି।ଚୀକୁ ନାମରେ ପୂର୍ବରୁ ଜଟଣୀ ଥାନାର ୩ଟି ମାମଲା ଥିବାର ପୋଲିସ ତଦନ୍ତ ବେଳେ ଜଣାଇବାକୁ ପାଇଛି।

- Advertisement -

Leave A Reply

Your email address will not be published.