ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0 107

ଗଞ୍ଜାମ,୧୨ା୧୦(ଏସଏସନିଉଜ) ଗୁରୁବାର ଦିନ ଜଗନ୍ନାଥପ୍ରସାଦଥାନା ରାଣୀଭୂମି ନିକଟ ପାନ୍ତିଆମା ଜଙ୍ଗଲରେ ଥିବା ଏକ ୨୦ ଫୁଟ ଉଚ୍ଚ ଆକାଶିଆ ଗଛଡାଳରୁ ଜଣେ ଅଚିହ୍ନା ଯୁବକର ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି ।ମୃତକଙ୍କ ପରିଚୟ ଏଯାବତ୍ ମିଳିପାରିନି। ଯୁବକ ଜଣକ ନିଜ ସାର୍ଟକୁ ‌ବେକରେ ବାନ୍ଧି ଝୁଲିପଡ଼ିଥିବାର ଅନୁମାନ କରାଯାଉଛି ।ଗ୍ରାମର କିଛି ଲୋକ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଝୁଲନ୍ତା ଶବକୁ ଦେଖିବାକୁ ପାଇଥିଲେ ।ପରେ ଖବରପାଇ ପୋଲିସ ଘଟଣାସ୍ଥଲରେ ପହଂଚି ମୃତତଦେହକୁ ଜବତକରି ବ୍ୟବଛେଦପାଇଁ ପଠାଇଛି ।

 

Leave A Reply

Your email address will not be published.