ଜିଲ୍ଲାସ୍ତରୀୟ ସୁଭଦ୍ରାସ୍ବାଗତ ପଦଯାତ୍ରାର ଶୁଭାରମ୍ଭ

0 30

କଟକ,୧୫ା୯(ଏସଏସନିଉଜ)ରାଜ୍ୟସରକାରଙ୍କ ସୁଭଦ୍ରାଯୋଜନା ସମ୍ପର୍କରେ ଜିଲ୍ଲାର ହିତାଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ସ୍ୱାଗତ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ଜ଼ିଲ୍ଲା ପରିଷଦ କାର୍ଯ୍ୟାଳୟ , ସ୍ୱରାଜ ଆଶ୍ରମ ଓ ହାଇକୋର୍ଟ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ପଦଯାତ୍ରାରେ ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା, ବିଭିନ୍ନ ମହାସଂଘର ନେତୃ ମଣ୍ଡଳୀ, ସଂସାଧନ ବ୍ୟକ୍ତି, ଜନପ୍ରତିନିଧି ଏବଂ ଅଧିକାରୀମାନେ ଯୋଗ ଦେଇଥିଲେ। ଅଂଶଗ୍ରହଣକାରୀମାନେ ସୁଭଦ୍ରା ଯୋଜନା ସମ୍ପର୍କିତ ବ୍ୟାନର ପ୍ରଦର୍ଶନ କରାଇ ଓ ସ୍ଲୋଗାନ ଦେଇ ପରିକ୍ରମା କରିଥିଲେ। ଏହାପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଆଲୋଚନାଚକ୍ର ଏବଂ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା। ସୁଭଦ୍ରା ଯୋଜନାରେ ପଞ୍ଜୀକରଣ ପାଇଁ ଥିବା ଯୋଗ୍ୟତା, ଡିବିଟି ମାଧ୍ୟମରେ ମିଳିବାକୁ ଥିବା ଅର୍ଥରାଶିର ଲାଭ ଏବଂ ଏହାର ସୁବିଧା ବିଷୟରେ ଆଲୋଚନା କରାଯାଇଥିଲା। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, ଜିଲ୍ଲା ସମାଜ ମଙ୍ଗଲ ଅଧିକାରୀ ପୁଷ୍ପାଞ୍ଜଳି ପରିଡା, ମିଶନଶକ୍ତି ଜିଲ୍ଲାପ୍ରକଳ୍ପ ସଂଯୋଜିକା ସ୍ୱାଗତିକା ପରିଡ଼ାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲୋ

 

 

Leave A Reply

Your email address will not be published.