ଜୀବନ ନେଲା ମୋ ବସ

ଭୁବନେଶ୍ବର,୧୪।୨(ଏସଏସନିଉଜ)ପୁଣି ଜୀବନ ନେଇଛି ମୋ ବସ।ଭାଇ ଆଗରେ ଚାଲିଯାଇଛି ଭଉଣିରଜୀବନ।ଭୁବନେଶ୍ବର ପାତ୍ରପଡା ନିର୍ମାଣଧିନ ଫୁଟ ଓଭର୍ ବ୍ରିଜ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । OD 34K9877 ନମ୍ବର ସ୍କୁଟି ଯୋଗେ ଭାଇ ଓ ଭଉଣୀ ଯାଉଥିଲେ । ଏହି ସମୟରେ OD 02 BJ 9410 ନମ୍ବର ଥିବା ଏକ ମୋବସ ଦ୍ରୁତ ଗତିରେ ଆସି ସେମାନଙ୍କୁ ଧକ୍କା ଦେଇ ମହିଳାଙ୍କୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା।
ଦୁର୍ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇ ଥିଲା।ଉତ୍ୟକ୍ତ ଲୋକେ ଡ୍ରାଇଭରକୁ ମାରପିଟ କରିଥିଲେ।ଖବରପାଇ ତମାଣ୍ଡୋ ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।ଏହି
ଦୁର୍ଘଟଣାରେ ଅନ୍ୟ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି ।ତେବେ ମୃତକ ହେଉଛନ୍ତି ଫୁଲବାଣୀ ଅଞ୍ଚଳର ୫୦ ବର୍ଷୀୟା ମହିଳା ରେବତୀ ଜେନା । ମହିଳା ଜଣଙ୍କ ତାଙ୍କ ଭାଇଙ୍କ ସହ ବସଷ୍ଟପକୁ ବସ ଧରିବା ପାଇଁ ଆସୁଥିବା ବେଳେ ବାଟରେ ଏମିତି ହୋଇଥିବାର ଜଣାପଡିଛି।

- Advertisement -

Leave A Reply

Your email address will not be published.