ଗୋଡିସାହି ବିଦ୍ୟୁତ୍ ବିଭାଗ ଜେଇ କାର୍ଯ୍ୟାଳୟରେ ହୋହାଲ୍ଲା

ବାରଙ୍ଗ, ୨୮/୧୧(ଏସଏସନିଉଜ)ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା କଡ ଷଣ୍ଢପୁର ବଜାର ନିକଟରେ ଝୁଲନ୍ତା ବିଦ୍ୟୁତତାରରେ ଲାଗି ଗୋଟିଏ ଗାଈର ମୃତ୍ୟୁ ହୋଇଛି। ଗୋଡିସାହି ବିଦ୍ୟୁତ୍ ବିଭାଗର ଦାୟିତ୍ବହୀନତା ଯୋଗୁ ଏପରି ଘଟିଲା ବୋଲି ଅଭିଯୋଗ କରି ଗ୍ରାମବାସୀମାନେ ଅଧଘଣ୍ଟା ଧରି ଜେଇଙ୍କ କାର‌୍ୟ୍ୟାଳୟରେ ହୋହାଲ୍ଲା କରିଥିଲେ।ପରେ ବିଭାଗୀୟ ଯେଇ ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରି ନିୟମାନୁସାରେ କ୍ଷତି ପୂରଣ ଦେବାକୁ ପ୍ରତିଶ୍ରୁତି ପରେ ଗ୍ରାମବାସୀ ଫେରିଥିଲେ।
ପ୍ରକାଶଯେ, ଗୁରୁବାର ଅପରାହ୍ନ ସାଢ଼େ ୨ଟା ସମୟରେ ଷଣ୍ଢପୁର ଗ୍ରାମର ମନୋଜ ବେହେରା ତାଙ୍କର ଗାଈ ଓ ବାଛୁରୀକୁ ଖାଇବାକୁ ଦେବା ପରେ ପଡିଆକୁ ଚରିବା ପାଇଁ ଛାଡିଥିଲେ। ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା କଡରେ ଝୁଲନ୍ତା ଅବସ୍ଥାରେ ଥିବା ବିଦ୍ୟୁତ ତାରରେ ଗାଇଟି ଲାଗିଯିବାରୁ ଘଟଣାସ୍ଥଳରେ ତାର ମୃତୁ ଘଟିଥିଲା।ଏହି ଖବର ପାଇ ଗାଈର ମାଲିକ ମନୋଜ ଓ କିଛି ଗ୍ରାମବାସୀ ଘଟଣାସ୍ଥଳରେ ପହଂଚିଥିଲେ।ଏହି ଖବର ଷଣ୍ଢପୁର ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ମାନେ ଉତ୍ୟକ୍ତ ହୋଇ ବିଦ୍ୟୁତ୍ ବିଭାଗ ଜେଇଙ୍କ ଦାୟିତ୍ଵହୀନତା ଯୋଗୁ ଏପରି ଅଘଟଣ ଘଟିଲା ବୋଲି ଅଭିଯୋଗ ଆଣିଥିଲେ।ଏହାପରେ ଗ୍ରାମବାସୀମାନେ ଗୋଡିସାହି ବିଦ୍ୟୁତ୍ କାର୍ଯ୍ୟାଳୟକୁ ଯାଇ ସେଠାରେ ପ୍ରାୟ ଅଧଘଣ୍ଟା କାଳ ହୋହାଲ୍ଲା କରିଥିଲେ।ଗ୍ରାମବାସୀମାନେ ଅଭିଯୋଗ କରିଥିଲେ ଆଜି ଗୋଡିସାହି ବିଦ୍ୟୁତବିଭାଗ ପକ୍ଷରୁ ମୁଖ୍ୟରାସ୍ତା ରେ ଯାଇଥିବା ବିଦ୍ୟୁତ୍ ତାରର ମରାମତି ହୋଇଥିଲା। କିନ୍ତୁ ଝୁଲନ୍ତା ତାରକୁ କିଭଳି ମରାମତିକାମ କରୁଥିବା କର୍ମଚାରୀମାନେଦେଖିପାରିଲେ ନାହିଁ ।ଏହିଭଳି ବିଭିର୍ଣ ପ୍ରଶ୍ନ ପଚାରି ଜେଇ ସୂର୍ଯ୍ୟ ପ୍ରକାଶ ବେଉରାଙ୍କୁ ଅସ୍ତବ୍ୟସ୍ଥ କରିପକାଇଥିଲେ ।ପରେ ଉତ୍ୟକ୍ତ ଗ୍ରାମବାସୀଙ୍କୁ ଜେ଼ଇ ବୁଝାସୁଝା କରିବା ସହ ସରକାରୀ ନିୟମାନୁସାରେ କ୍ଷତି ପୂରଣ ଦିଆଯିବାର ପ୍ରତିଶ୍ରୁତି ଦେବାରୁ ଗ୍ରାମବାସୀ ଫେରିଥିଲେ।(ଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.