ଜାନୁୟାରୀ ୩ରୁ ୧୫-୧୮ବର୍ଷ ପିଲାଙ୍କ ଟିକାକରଣ

ଭୁବନେଶ୍ୱର,୩୦/୧୨(ଏସଏସନିୟୁଜ)ଜାନୁୟାରୀ ୩ ତାରିଖରୁ ୧୫-୧୮ବର୍ଷ ପିଲାଙ୍କ କୋଭିଡ ଟିକାକରଣ ଆରମ୍ଭ ହେବ ।ଏଥିପାଇଁ ଅନଲାଇନ୍ ଓ ଅନସାଇଟ୍‌ରେ ପଞ୍ଜୀକରଣ କରିବାକୁ ପଡ଼ିବ।ଆବଶ୍ୟକତାଥିବା ପ୍ରମାଣପତ୍ର ନଥିଲେ ସ୍କୁଲ ଆଇକାର୍ଡ ଦେଖାଇ ପଞ୍ଜୀକରଣ କରିହେବ ଓ ପିଲାମାନେ ଟିକା ନେଇ ପାରିବେ ବୋଲି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ପୂର୍ବରୁ ‌ଯେଉଁ ଟିକାଦାନ କେନ୍ଦ୍ର ରହିଛି ସେଠାରେ ଦିନ ୮ଟାରୁ ୧ଟା ପର୍ଯ୍ୟନ୍ତ ପିଲାଙ୍କୁ ଟିକା ଦିଆଯିବ । ପିଲାମାନଙ୍କୁ କୋଭାକ୍ସିନ୍‌ର ଦୁଇ ଡୋଜ୍ ଟିକା ଦିଆଯିବ। ପ୍ରଥମ ଡୋଜ୍ ନେବାର ୨୮ଦିନ ପରେ ଦ୍ବିତୀୟ ଡୋଜ୍ ଟିକା ଦିଆଯିବ ବୋଲି ସୁଚନା ଦେଇଛନ୍ତି ।

- Advertisement -

Leave A Reply

Your email address will not be published.