ଭୁବନେଶ୍ବର :୨/୧୨- ତିନୋଟି ଭାଲୁ ଛୁଆକୁ ଉଦ୍ଧାର କରିଛି ନବରଙ୍ଗପୁର ବନ ବିଭାଗ । ନବରଙ୍ଗପୁର ବ୍ଲକର ସାନ କୁମୁଲି ଗ୍ରାମର ମତିରାମ ମାଝୀଙ୍କ ଘର ନିକଟରେ ଥିବା ଗୋବର ଗ୍ୟାସ ପ୍ଲାଣ୍ଟ ରୁ ଉଦ୍ଧାର ହୋଇଛି l ଘଟଣାରୁ ପ୍ରକାଶ ସେ , ମତିରାମ ମାଝୀଙ୍କ ଘର ନିକଟରେ ବହୁବର୍ଷ ତଳର ଗୋବର ଗ୍ୟାସ ପ୍ଲାଣ୍ଟ ଟି ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା । ଗତକାଲି ମତିରାମର ସ୍ତ୍ରୀ ସଫା ସୁତୁରା କରିବା ସମୟରେ ଗ୍ୟାସ ପ୍ଲାଣ୍ଟ ନିକଟରେ ଭାଲୁର ଚିତ୍କାର ଶୁଣିଥିଲାl ଫଳରେ ଗ୍ରାମବାସୀ ନବରଙ୍ଗପୁର ବନ ବିଭାଗକୁ ଖବର ଦେଇଥିଲେ l ଖବର ପାଇ ବନ ବିଭାଗ ଘଟଣା ସ୍ଥଳ ରେ ପହଞ୍ଚି ଭାଲୁ ଧରା ଅଭିଯାନ ଆରମ୍ଭ କରିଥିଲେ l
ଭାଲୁ ଧରା ଯନ୍ତା ଆଣି ବନବିଭାଗ ଗୋବର ଗ୍ୟାସ ପ୍ଲାଣ୍ଟର ଗାତ ନିକଟରେ ରଖିଥିଲେ । କିଛି ସମୟ ପରେ ମାଁ ଭାଲୁ ଯନ୍ତା ଭିତରକୁ ଆସିଥିଲା l ମାଆ ଭାଲୁ ଯନ୍ତା ଭିତରକୁ ଆସିଲା ପରେ ବନ ବିଭାଗ ଛୁଆ ଭାଲୁ ମାନଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେଲା ପରେ ପୁଣି ସେମାନଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛଡା ଯିବାର ବନ ବିଭାଗ ପକ୍ଷରୁ ସୁଚନା ମିଳିଛି ।