ବାରଙ୍ଗ,୩୦।୧୨(ଏସଏସନିଉଜ) ଆଉ ନାହିଁ ଜୁଲୁ। ସବୁଦିନ ପାଇଁ ଆଖିବୁଜିଛି। ଯିଏ କି ଦିନ ଥିଲା ନନ୍ଦନକାନନରେ ସିମ୍ପାଜି ବଂଶ ବୃଦ୍ଧି ର ସହାୟକ ହେବା ସହିତ ପର୍ୟ୍ୟଟକଙ୍କ ମନୋରଞ୍ଜନର ଖୋରାକ ସାଜିଥିଲା ।ହେଲେ ଜୀବନ ଓ ମୃତ୍ୟୁସହ ସଂଗ୍ରାମ କରି ଶେଷରେ ସୋମବାରଦିନ ଆଖି ବୁଜିଛି। ଅନ୍ୟପଟେ ନନ୍ଦନକାନନର ଜନ୍ମଦିନରେ ଯୁଲୁ ଓ ରାକ୍ଷୀର ମିଳନରେ ଗୋଟିଏ ଶାବକ ଜନ୍ମ ହୋଇଥିଲା । ଯାହାକୁ ନେଇ ନନ୍ଦନକାନନରେ ଖୁସିର ଲହରୀ ଖେଳି ଯାଇଥିଲା।
ପ୍ରକାସ ଯେ,ରବିବାର ଦିନ ନନ୍ଦନକାନନର ୬୦ (କ) ନମ୍ବର ଖୂଆଡରେ ରହି ପର୍ୟ୍ୟଟକଙ୍କ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ରାକ୍ଷୀ ଦ୍ୱିତୀୟ ଥର ପାଇଁ ମା ହେବା ସହ ଗୋଟିଏ ଶାବକ ଜନ୍ମ ଦେଇଛି । ମା ଓ ଛୁଆ ସୁରକ୍ଷିତ ଥିବା ବେଳେ ଛୁଆକୁ ଟିକେ ହେଲେ ବି ଅଲଗା କରୁନାହିଁ ରାକ୍ଷୀ । କୋଳରେ ଜାବୁଡି ଧରି ଗୋଟିଏ ଜାଗାରେ ବସିରହିଥିବା ଦେଖିବାକୁ ମିଳିଛି ।୧୨ ଅଗଷ୍ଟ ୨୦୧୧ ମସିହାରେ ପୂର୍ଣ୍ଣିମା ଗର୍ଭରୁ ଜନ୍ମ ହୋଇଥିଲା ରାକ୍ଷୀ । ଏବେ ତାକୁ ୧୩ ବର୍ଷ ବୟସରେ ସେ ପଦାର୍ପଣ କରିଛି । ଜୁଲୁ ସହିତ ରାକ୍ଷୀର ଚଳିତ ବର୍ଷ ମେ ମାସରେ ମିଳନ ହେବା ପରେ ସେ ମା ହେବାକୁ ଯାଉଛି ବୋଲି ଜଣାପଡିଥିଲା।ହେଲେ ନିଜ ଜନ୍ମିତ ପିଲାକୁ ଆଖିପୁରା ଦେଖିବା ଆଗରୁ ବାପା ଜୁଲୁ ଆଖି ବୁଯିଛି। ଯାହାକୁ ନେଇ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରେ ଦୁଃଖର ବାତାବରଣ ଖେଳି ଯାଇଛି । ସୂଚନା ମୁତାବକ , ସୋମବାର ସକାଳେ ବୃଦ୍ଧାବସ୍ଥା ଜନିତ ଅସୁସ୍ଥତା ହେତୁ ଜୁଲୁର ମୃତୁ ଘଟିଥିବାର କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି।
ଜୁଲୁ ୧୨ ଅକ୍ଟୋବର ୧୯୮୮ ରେ ସିଙ୍ଗାପୁର ପ୍ରାଣୀ ଉଦ୍ୟାନରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୬ ମଇ ୧୯୯୪ ରେ ନନ୍ଦନକାନ ପ୍ରାଣୀ ଉଦ୍ୟାନକୁ ଆସିଥିଲା। ଜୁଲୁ ନନ୍ଦନକାନନକୁ ଆସିବା ପରେ ଶିମ୍ପାଞ୍ଜି ବଂଶ ବୃଦ୍ଧିରେ ସହାୟକ ସାଜିଥିଲା।ତା ସମୟ ମଧ୍ୟରେ ୧୨ ଜଣ ସନ୍ତାନର ବାପା ସାଜିଥିଲା। ୩୬ବର୍ଷ ବୟସରେ ପଦାର୍ପଣ କରିଥିବାବେଳେ ଅଗଷ୍ଟ ମାସରୁ ବୃଦ୍ଧାବସ୍ଥା ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥିଲା।ତାର ସ୍ବାସ୍ଥ୍ୟ ଗତ ସମସ୍ୟା ଉପୂଜିବାରୂ ବିଶେଷଜ୍ଞ ମାନଙ୍କ ପରାମର୍ଶକ୍ରମେ ଚିକିତ୍ସା ଆରମ୍ଭ ହୋଇଥିଲା।ଓୟୁଏଟି ସମେତ ଭାରତର ଅନ୍ୟାନ୍ୟ ପ୍ରାଣୀ ଉଦ୍ୟାନ ଏବଂ କାନାଡାର ଟରୋଣ୍ଟୋ ପ୍ରାଣୀ ଉଦ୍ୟାନର ବିଶେଷଜ୍ଞମାନଙ୍କ ପରାମର୍ଶ ମଧ୍ୟ ନିଆଯାଇଥିଲା। ଜୁଲୁର ଦେହାନ୍ତ ପରେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ୭ରେ ପହଞ୍ଚିଛି।ସେଥିମଧ୍ୟରୁ ଜଣେ ଜୁଲୁଙ୍କ ଦେହାନ୍ତ ହେବାପରେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ୭ରେ ପହଞ୍ଚିଛି।ସେଥିମଧ୍ୟରୁ ଜଣେ ପୁରୁଷ, ପାଞ୍ଚ ଜଣ ମହିଳା ଏବଂ ଗୋଟିଏ ଶିଶୁ ଶିମ୍ପାଞ୍ଜି ରହିଛି।ତେବେ ଜୁଲୁର ମୃତୁ ପରେ ସିମ୍ପାଯି ବଂଶ ବୃଦ୍ଧିରେ ବାଧକ ସଜିବାକୁ ଯାଉଛି।କାରଣ ସିମ୍ପଯି ପରିବାର ରେ ଥିବା ୭ଜଣ ସଦସ୍ୟଙ୍କ ଭିତରେ ଏକମାତ୍ର ଅଣ୍ଡିରା ରାଜା ନାମକ ସିମ୍ପଞ୍ଜି ଅଛି । ଯିଏକି ମୃତ୍ୟୁ ବରଣ କରିଥିବା ଜୁଳୁ ଓ ପୂର୍ଣ୍ଣିମା ର ଶାବକ । ତାକୁ ମାତ୍ର ୨/୩ବର୍ଷ ହେବ ବୋଲି ଜଣାପଡିଛି।ତେବେ ରାଜା ସିମ୍ପଞ୍ଜୀବଂଶ ବୃଦ୍ଧିର ମଙ୍ଗ କେବେ ଧରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର।(ଜିତ୍ ରାଉତଙ୍କ ରିପୋର୍ଟ)