ବାରଙ୍ଗ,୨୯।୪(ଏସଏସନିୟୁଜ) ନବଘନ ରାଉତ ବାରଙ୍ଗ ଅଞ୍ଚଳରେ ଜଣେ ଜଣାଶୁଣା ନାଁ ।ଖାଲି ସାମ୍ବାଦିକତା କ୍ଷେତ୍ରରେ ନୁହେଁ ସମାଜସେବୀ ଭାବେ ବେଶ୍ ପରିଚିତ ଥିଲେ।ଆଜି ସେ ନାହାନ୍ତି କିନ୍ତୁ ତାଙ୍କର ସେହି ସ୍ମୃତି ମନେ ପଡିଯାଉଛି,ବାରଙ୍ଗ ଅଞ୍ଚଳର ପ୍ରଥମ ସାମ୍ବାଦିକ ଭାବେ ସେ ଅଞ୍ଚଳର ସୁଖ ଓ ଦୁଃଖକୁ ଖବରକାଗଜ ମାଧ୍ୟମରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସରକାରଙ୍କ ପାଖରେ ପହଞ୍ଚାଇ ପାରୁଥିଲେ ।ସାମ୍ବାଦିକତାକୁ ପେଶା ନୁହେଁ ନିଶା ଭାବେ ନେଇ ସେ ସାଧାରଣ ଲୋକଙ୍କୁ ସାହାଯ୍ୟ ଓ ବହୁ ଅନୁଷ୍ଠାନ ମଧ୍ୟ ଗଢ଼ି ତୋଳିଛନ୍ତି । ମଙ୍ଗଳବାର ତାଙ୍କ ମଧୁବନ ସ୍ଥିତ ବାସଭବନରେ ଏକାଦଶାହ ଉପଲକ୍ଷେ ଆୟୋଜିତ ସ୍ମୃତି ଚାରଣ ସଭାରେ ବରିଷ୍ଟ ସାମ୍ବାଦିକ ତଥା ବାରଙ୍ଗ ପ୍ରେସକ୍ଲବର ସଭାପତି ଲିଙ୍ଗରାଜ ରାଉତ ଏହା କହିଛନ୍ତି।ଆଞ୍ଚଳିକ ଶାନ୍ତି କମିଟି ସମ୍ପାଦକ ସୁରେଶ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଟିତ ସ୍ମୃତିଚାରଣ ସଭାରେ ସାମ୍ବାଦିକ କୃଷ୍ନଚନ୍ଦ୍ର ସ୍ୱାଇଁ,ପ୍ରଦିପ୍ କୁମାର ସ୍ବାଇଁ,ପ୍ରକାଶ ଚନ୍ଦ୍ର ସାହୁ,ଶେଖ୍ ଅବଦୁଲ ମୁନାବ, ସଂଗ୍ରାମ କେଶରୀ ଦାସ, ତାପସ କୁମାର ଜେନା,ବରିଷ୍ଟ ମୂରବୀ ତଥା ଟ୍ରକ ମାଲିକ ସଂଘ ସଭାପତି ବିଜୟ ପଣ୍ଡା, ବିଜେଡି ନେତା ଅଶୋକ ରାଉତ, ଭୁବନପୂର ଗ୍ରାମ୍ୟ କମିଟି ସଭାପତି ରଞ୍ଜନ ଭଟ୍ଟ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନବଘନ ରାଉତଙ୍କ ସ୍ମୃତିଚାରଣ କରିଥିଲେ ।(ଜିତ ରାଉତଙ୍କ ରିପୋର୍ଟ)