ଜଳିଗଲା ବସ୍ତ୍ରାଳୟ

0 183

ନୟାଗଡ,୨୬ା୧୦(ଏସଏସନିଉଜ)ଗତକାଲି ବିଳମ୍ବିତରାତିରେ ନୟାଗଡ ଖଣ୍ଡପଡ଼ା ରୋଡରେ ଥିବା ଏକ ବସ୍ତ୍ରାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।ଦୋକାନରେ ଧୁଆଁ ବାହାରୁଥିବାର ସ୍ଥାନୀୟଲୋକମାନେ ଦେଖି ଦୋକାନମାଲିକଙ୍କୁ ଖବରଦେଇଥିଲେ ।ପରେ ଖବରପାଇ ନୟାଗଡ , ନୂଆଗାଁ , ଖଣ୍ଡପଡାରୁ ୪ଟି ଦମକଳ ବାହିନୀ ଏବଂ ୩୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତହୋଇ ୪ଘଣ୍ଟାପରେ ନିଆଁକୁଆୟତକରିବାରେ ସକ୍ଷମ ହୋଇଥିଲେ ।ଏହି ଅଗ୍ନିକାଣ୍ଡରେ କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ତେବେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି ।

Leave A Reply

Your email address will not be published.