ଜଳୁଛି ଡମ୍ପିୟାର୍ଡ

0 233

ଚନ୍ଦକା, ୨୩/୩(ଏସଏସନିଉଜ)ଦାରୁଠେଙ୍ଗ ଗ୍ରାମପଂଚାୟତ ଅଧିନସ୍ଥ ଭୁଆଶୁଣୀ ଡମ୍ପିୟାର୍ଡରେ ୭ଦନ ହେବ ନିଆଁ ଜଳୁଛି ।ହେଲେ ନିଆଁ ଥମିବାର ନାଁ ଧରୁନାହିଁ ।ଏହାସହ ଏ ଅଂଚଳ ଧୁଆଁମୟ ହୋଇ ଚନ୍ଦକା-ବାରଙ୍ଗ ମୁଖ୍ୟରାସ୍ତାରେ ଯାତାୟତରେ ବାଧକ ସାଜିଛି ।ଦାରୁଠେଙ୍ଗ, ଜୁଝଗଡ, ଭୁଆଶୁଣୀ, ଶ୍ୟାମସୁନ୍ଦରପୁର, ଭାଲୁଙ୍କା, ଆମ୍ବପଡିଆ,କୃଷ୍ନନଗର ଆଦି ଗ୍ରାମବାସୀମାନେ ବିଶେଷଭାବେ ହଇରାଣ ହେବାସହ ଗାଁ ଧୁଆଁମୟ ହୋଇ ରହୁଛି ।ଏହି ନିଆଁ ଧିରେଧିରେ ୧ଏକରରୁ ଆରମ୍ଭ ହୋଇ ପ୍ରାୟ ୪୦ ଏକରରେ ପହଁଚିଲାଣି ।୨ଟି ଦମକଳ ସହ ୪ଟି ପାଣିଟ୍ୟାଙ୍କରରେ ପାଣି ପଡୁଛି ।ତଥାପି ନିଆଁକୁ ଆୟତ କରାଯାଇପାରିନଥିବାରୁ ଦିହିପହର ସମୟରେ ଖରା ସହ ନିଆଁର ଉତାପରେ ଗ୍ରାମବାସୀମାନେ ସିଜିବାକୁ ଲାଗୁଛନ୍ତି । (ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.