ଭୁବନେଶ୍ୱର,୨୫।୨(ଏସଏସନିଉଜ)ଆସନ୍ତାକାଲି ମହାଶିବରାତ୍ରି ଉପଲକ୍ଷେ ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ହେବାକୁ ଥିବା ଜନସମାଗମକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥାକୁ ତ୍ଵରାନ୍ଵିତ କରିବା ନିମନ୍ତେ ଭୁବନେଶ୍ବର ସହରାଞ୍ଚଳପୁଲିସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।ଶିବରାତ୍ର ଉପଲକ୍ଷେ ରାଜ୍ୟର ବିଭିନ୍ନପ୍ରାନ୍ତ ତଥା ରାଜ୍ୟବାହାରୁ ଆସିବାକୁ ଥିବା ବିପୁଳସଂଖ୍ୟାରେ ଶ୍ରଦ୍ଧାଳୁମାନେ କିପରି ଶାନ୍ତିଶୃଙ୍ଖଳାରେ ଶ୍ରୀଲିଙ୍ଗରାଜମହାପ୍ରଭୁଙ୍କୁ ଦର୍ଶନ କରିବେ ତାସହିତ ସୁରକ୍ଷିତ ଭାବରେ ମହାଶିବରାତ୍ରି ପାଳନ କରିବେ, ସେହିସବୁ ଦିଗକୁ ତର୍ଜମା କରାଯାଇ ଏହି ପୁଲିସବ୍ୟବସ୍ଥାର ଆୟୋଜନ କରାଯାଇଛି ।ଏହାସହିତ ଶ୍ରଦ୍ଧାଳୁ ତଥା ଅନ୍ୟାନ୍ୟ ସାଧାରଣ ଲୋକମାଙ୍କର ଯାତାୟତରେ କିପରି ସମସ୍ଯା ନଉପୁଜିବ ସେଥିପ୍ରତି ମଧ୍ୟ ଟ୍ରାଫିକବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି ।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର-କଟକ ଦ୍ଵୈତ ନଗରୀର ପୁଲିସ କମିଶନର ଡ଼.ଏସ. ଦେବଦତ୍ତ ସିଂ (ଆଇ.ପି.ଏସ) ତଥା ଭୁବନେଶ୍ବର ଡିସିପି ଶ୍ରୀ ପିନାକ୍ ମିଶ୍ର (ଆଇ.ପି.ଏସ)ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୫ଜଣ ଆଡିସନାଲ ଡିସିପିପାହ୍ୟାର ଅଧିକାରୀ, ୧୫ଜଣ ଏସିପିପାହ୍ୟାର ଅଧିକାରୀ, ୨୮ଜଣ ଇନ୍ସପେକ୍ଟର,୧୨୨ଜଣ ଏସଆଇ/ଏଏସଆଇ, ୪୧ଜଣ ଏପିଆର କନଷ୍ଟେବଳ, ୯୦ଜଣ ଓଆର ହାବିଲଦାର ଓ କନଷ୍ଟେବଳ, ୫୮ ଜଣ ମହିଳା କନଷ୍ଟେବଳ, ୩୨ ପ୍ଲାଟୁନ ଫୋର୍ସଙ୍କ ସମେତ ୮୪ ଜଣ ଗୃହରକ୍ଷୀଙ୍କୁ ମୁତୟନ କରାଯାଇଛି । ଏହାବାଦ ଗୋଟିଏ ୟୁନିଟ ଏସଓଜି ଏବଂ ଗୋଟିଏ ୟୁନିଟ ଓଡ୍ରାଫଦଳ ମଧ୍ୟ ମୁତୟନ ହୋଇଛନ୍ତି ।
Prev Post
Next Post