IPS ସ୍ତରରେ ବଡ଼ ଅଦଳବଦଳ

0 69

ଭୁବନେଶ୍ବର,୨୯।୯(ଏସଏସନିଉଜ) IPS ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ବଦଳିଲେ ପୋଲିସ କମିଶନର ସଞ୍ଜୀବ ପଣ୍ଡା । ନୂଆ ପୋଲିସ କମିଶନର ହେଲେ ସୁରେଶ ଦେବଦତ୍ତ ସିଂ । ଜେଲ ଡିଜି ଭାବେ ଦାୟିତ୍ବ ନେବେ ଏକେ ରାୟ । ସେହିପରି ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ବରେ ରହିବେ ୧୯୯୩ ବ୍ୟାଚ୍ ଆଇପିଏସ ଅଫିସର ଆରପି କୋଚେ । କ୍ରାଇମବ୍ରାଞ୍ଚ ଏଡିଜି ହେଲେ ବିନୟତୋଷ ମିଶ୍ର । ଅରୁଣ କୁମାର ରାୟ ହେଲେ ଜେଲ ଡିଜି ।
BPSPA ନିର୍ଦ୍ଦେଶକ ହେଲେ ସଞ୍ଜୀବ ପଣ୍ଡା । ସଞ୍ଜୀବ ପୂର୍ବରୁ ପୋଲିସ କମିଶନର ଥିବାବେଳେ ଏବେ ତାଙ୍କୁ ବିଜୁ ପଟ୍ଟନାୟକ ପୋଲିସ ତାଲିମ କେନ୍ଦ୍ରକୁ ବଦଳି କରାଯାଇଛି । ସେହିପରି ପୂର୍ବରୁ ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁଇନ୍ଦା ନିର୍ଦ୍ଦେଶକ ଥିବାବେଳେ ବର୍ତ୍ତମାନ ଏହି ଦାୟିତ୍ବରେ ରହିବେ ବିନୟତୋଷ ମିଶ୍ର ।ସେହିପରି ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କ ବଦଳି ହୋଇଛି । ପ୍ରତୀକ ସିଂଙ୍କୁ କଟକ ଗ୍ରାମାଞ୍ଚଳ ଏସପି ଦାୟିତ୍ବ ଦିଆଯାଇଛି । ଭୁବନେଶ୍ବରର ନୂଆ ଡିସିପି ହୋଇଛନ୍ତି ପିନାକ ମିଶ୍ର । ସେହିପରି ଜଗମୋହନ ମୀନା କଟକ ଡିସିପି ହୋଇଛନ୍ତି । ସାଗରିକା ନାଥ ଖୋର୍ଦ୍ଧା ଏସପି, ସନ୍ଦୀପ ସମ୍ପଦ ଭଦ୍ରକ ଏସପି,ରାହୁଲ ଜୈନ ଅନୁଗୋଳ ଏସପି, ଅନୁପମ ଜେମ୍ସ ଭିଜିଲାନ୍ସ ଏସପି, ଭିନୀତ ଅଗ୍ରୱାଲ ପୁରୀ ଏସପି ହୋଇଛନ୍ତି । ରାଜପ୍ରସାଦ ବାଲେଶ୍ବର ଏସପି, ଶୁଭେନ୍ଦୁ ପାତ୍ର, ଗଞ୍ଜାମ ଏସପି, ଅଭିନବ ସୋନକର ଢେଙ୍କାନାଳ ଏସପି, ବରୁଣ ଗୁଣ୍ଠପାଲି ମୟୂରଭଞ୍ଜ ଏସପି ଏବଂ ସ୍ବାତୀ ଏସ କୁମାର ରାୟଗଡ଼ା ଏସପି ହୋଇଛନ୍ତି । ରୋହିତ ବର୍ମାଙ୍କୁ କୋରାପୁଟ ଏସପି, ହରିଶ ବିଶିଙ୍କୁ କନ୍ଧମାଳ ରାମପ୍ରସାଦ ସାହୁଙ୍କୁ ସୋନପୁର, ମିହିର ପଣ୍ଡାଙ୍କୁ ନବରଙ୍ଗପୁର ଏସପି, ଯତୀନ୍ଦ୍ର ପଣ୍ଡାଙ୍କୁ ଗଜପତି ଏସପି ଦାୟିତ୍ବ ଦିଆଯାଇଛି । ଏସ ସୁଶ୍ରୀ ନୟାଗଡ଼ ଏସପି, ନାଗରାଜ ଦେବରାକୋଣ୍ଡା ବୌଦ୍ଧ ଏସପି ଓ ୟଶପ୍ରତାପ ଶ୍ରୀମାଲ ଯାଜପୁରଙ୍କ ଏସପି ଭାବେ ବଦଳି ହୋଇଛି ।

Leave A Reply

Your email address will not be published.