ହାତୀ ପାଇଁ ଚାଷୀଙ୍କ ଗଲାପ୍ରାଣ !

0 123

ଗଞ୍ଜାମ,୧୨ା୧୦(ଏସଏସନିଉଜ) ବୁଧବାରରାତିରେ ତାରସିଂହଥାନା ଅର୍ନ୍ତଗତ ଗେରେଡ଼ା-କ୍ଷେତମୁଣ୍ଡଳୀ ଗ୍ରାମରାସ୍ତାରେ ଗେରେଡ଼ାଗ୍ରାମର କୃଷ୍ଣଗୌଡ଼ ନାମକ ଚାଷୀ ହାତୀ ଘଉଡ଼ାଇବାକୁ ଯାଇ ପ୍ରାଣ ହରାଇଛନ୍ତି। କିଛିଦିନ ହେଲା ଦେଖାଦେଇଥିବା ହାତୀପଲ ଉପଦ୍ରବରୁ ଫସଲକୁ ସୁରକ୍ଷା ପାଇଁ ଜମିରେ ମଞ୍ଚା କରି ରାତିଉଜାଗର ହୋଇ ଜଗିବାସହ ହାତୀଙ୍କ ଗତିବିଧି ଲକ୍ଷ୍ୟ କରୁଥିଲେ ଚାଷୀ ।କିନ୍ତୁ କୃଷ୍ନ ଗୁରୁବାର ସକାଳେ ଘରକୁ ନଆସିଥିବାରୁ ପରିବାରବର୍ଗ ଖୋଜାଖୋଜି କରି ମଞ୍ଚା ତଳେ‌ ଥିବା ଏକ ଜଳାଶୟରେ କୃଷ୍ଣଙ୍କ ଶବ ଭାସୁଥିବାର ଦେଖିବାକୁ ପାଇଥିଲେ ।ଖବରପାଇ ତାରସିଂହ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।କୃଷ୍ଣଙ୍କୁ ହାତୀ ମଞ୍ଚାରୁ ଟାଣି ଆଣି କଚାଡ଼ି ମାରିଥିବା କିମ୍ବା ହାତୀ ଘଉଡ଼ାଇବାକୁ ଆସିବା ବେଳେ ଜଳାଶୟରେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି ।ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ‌ହୋଇପାରିବ ବୋଲି ଜଣାପଡିଛି ।

Leave A Reply

Your email address will not be published.