ହଟିଲେ ଶରତ, ବିଧାୟକଦଳ ନେତା ହେଲେ କାଡ଼ାମ

0 47

ଭୁବନେଶ୍ୱର,୨୧ା୭(ଏସଏସନିଉଜ) ଓଡ଼ିଶା କଂଗ୍ରେସର ସମସ୍ତ କମକିଟିକୁ ଏଆଇସିସି ପକ୍ଷରୁ ଭାଙ୍ଗି ଦିଆଯାଇଛି । ପିସିସିର ସବୁ ପଦାଧିକାରୀଙ୍କୁ ବାଦ୍ ଦିଆଯାଇଛି । ଜିଲ୍ଲା, ବ୍ଲକ୍ ଓ ମଣ୍ଡଳ ସ୍ତରର କମିଟି, ସମସ୍ତ ଛାମୁଆ (ମହିଳା, ଯୁବ, ଛାତ୍ର, ସେବାଦଳ) ସଂଗଠନ ଏବଂ ସେଲ୍ ଗୁଡ଼ିକୁ ଭଙ୍ଗ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ମଧ୍ୟ ତାଙ୍କ ପଦବୀର ହଟିଛନ୍ତି ।ସେକେବଳ ପିସିସି ସଭାପତି ମାନେ କାମଚଳା ଦାୟିତ୍ୱରେ ରହିବେ ବୋଲି ଏଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି । କଂଗ୍ରେସ ବିଧାୟକ ଦଳର ନେତା ଭାବେ ବିଧାୟକ ରାମଚନ୍ଦ୍ର କାଡ଼ାମ , କଂଗ୍ରେସ ବିଧାୟକ ଦଳର ଉପନେତା ଭାବେ। ଅଶୋକ ଦାସ ଓ କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ଭାବେ ସିଏସ୍ ରାଜନଙ୍କ ନାମ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.