ବାରଙ୍ଗ, ୨୪/୧୧(ଏସଏସନିଉଜ) ଚନ୍ଦକା ଡମପଡା ଅଭୟାରଣ୍ୟର କଡ଼ରେ ଅବସ୍ଥିତ ବାଆଁରା ଓ ରାମଚଣ୍ଡୀ ଗ୍ରାମର ଚାଷ ଜମିରେ ହାତୀମାନଙ୍କର ଉପଦ୍ରବ ବଢ଼ିଚାଲିଛି ।ଶନିବାର ବିଳମ୍ବିତ ରାତୀରେ ବାଆଁରା ରାମଚଣ୍ଡୀ ଗ୍ରାମର ଦୁଷ୍ମନ୍ତ ବଳ, ସବୁଜ ରାଉତଙ୍କ ସମେତ ଅନ୍ୟ ଚାଷୀମାନେ ବିଲରୁ ଧାନକାଟି ଖଳାଵାରୀରେ ରଖିଥିବା ବେଳେ ହାତୀପଶି ଧାନଖାଇ ନଷ୍ଟ କରିଦେଇଛନ୍ତି।ହାତୀପଲ୍ଲ ଧାନ ଗଦାରୁ ଧାନ ଖାଇବା ସହିତ ଅନେକ ଧାନ ଫୋଫାଡ଼ି ଦଳିଚକଟି ନଷ୍ଟ କରିଛନ୍ତି। ଏହିଭଳି ଭାବେ ଚନ୍ଦକା ଜଙ୍ଗଲରୁ ବାରମ୍ବାର ହାତୀପଲ୍ଲ ଆସି ଉପଦ୍ରବ କରୁଥିବା ବେଳେ ବନ ବିଭାଗ ତାର କ୍ଷତି ପୂରଣ ସଠିକ୍ ଭାବେ ଦେଉନଥିବା କହିଛନ୍ତି। ବନବିଭାଗ ମନଇଚ୍ଛା ଆସି ହାତୀ ଘଉଡେଇବାକୁ ଆସୁଥିବାରୁ ହାତୀଙ୍କ ଦୌରତ୍ମ୍ୟ କମିବାର ନାଁ ଧରୁନାହି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। (ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)