ହାତୀଭଳି ବଜେଟ, ପିମ୍ପୁଡି ଭଳି ଖର୍ଚ୍ଚ- ଅରୁଣ

ଭୁବନେଶ୍ବର,୩୦।୩(ଏସଏସନିୟୁଜ)ବ୍ୟୟ ମଞ୍ଜୁରୀ ବିଲ ଆଲୋଚନାରେ ଭାଗ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।ସେ କହିଲେ, ଡବଲ ଇଂଜିନ ସରକାରର ଜୀବନ ଅଶାନ୍ତ ବାତାବରଣ ଓ ଅସ୍ଥିରତା ଭିତରେ ଗତି କରୁଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଛି। ଭାରତୀୟଙ୍କ ହାତରେ କଡୀ ଓ ଗୋଡ଼ରେ ପେଡି ଲଗାଇ ଅଣା ଯାଉଥିବାବେଳେ ଟ୍ରମ୍ପଙ୍କ ଆଶୀର୍ବାଦ ପାଇଁ ଲାଇନରେ ଠିଆ ହୋଇଛନ୍ତି।ଲୁଟେରାମାନେ ଭାରତ ଲୁଟି ବିଦେଶରେ ଆରାମରେ ଅଛନ୍ତି।
ଶ୍ରୀଲଙ୍କା, ଭୁଟାନ ପରି ମିତ୍ର ଦେଶ ଏବେ ଭାରତ ବିରୋଧୀ।ଏହା ଆମର ବୈଦେଶିକ ନୀତି।୧୦ ଟି ପରିବାର ହାତରେ ଆମର ସବୁ ଟଙ୍କା। ତାଙ୍କୁ ବାଦଦେଇ ଦେଲେ ଆଫ୍ରିକାଦେଶଠାରୁ ମୁଣ୍ଡପିଛା ଆୟ କମିଯିବ। ୧୦% ପରିବାର ହାତରେ ଦେଶର ୫୭% ଟଙ୍କା, ଷ୍ଟକମାର୍କେଟ ପତନ ଛୁଆଁ,ନିତ୍ୟବ୍ୟବହାର ଜିନିଷ ଆକାଶ ଛୁଆ, ପେଟ୍ରୋଲ ଦାମ ମହାକାଶ ଛୁଆଁ,ଯୁବପିଢ଼ି ଏବେ ନାଗଫାସରେ, ୬୦-୬୨% ଯୁବ ପିଢ଼ି ନାଗଫାଶରେ ଫସିଛନ୍ତି। ବର୍ଷକୁ ୮ ଲକ୍ଷ ଚାକିରୀ ପାଇବାକୁ କହିଥିଲେ ଏହି ହିସାବରେ ଏବେ ୮୮ଲକ୍ଷ ଚାକିରୀ ମିଳିବା କଥା।କିନ୍ତୁ ଚାକିରି କୁଆଡେ ଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି।

- Advertisement -

Leave A Reply

Your email address will not be published.