ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ସିସିଟିଭି ହାର୍ଡଡିସ୍କ ଯାଞ୍ଚ କରିଛି ପୋଲିସ।ପୁରୀ ନିର୍ମାପଡ଼ାର ଜିଲ୍ଲା ପରିଷଦସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ପୋଲିସ ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ଘରର ସିସିଟିଭି ହାର୍ଡଡିସ୍କ ଫରେନସିକ୍ ଯାଞ୍ଚ ପାଇଁ ଗଲା। ଧର୍ମେନ୍ଦ୍ରଙ୍କ ହାତ ଘଣ୍ଟା ସହ ମୋବାଇଲ ଓ ସିସିଟିଭି ଲିଙ୍କ୍ ଥିବା ସୂଚନା ମିଳିଛି। କାହାକୁ ମେସେଜ୍ କରିଛନ୍ତି ନା ନାହିଁ ଜାଣିବାକୁ ଯାଞ୍ଚ ହେବ। ଆଜି ଧର୍ମେନ୍ଦ୍ରଙ୍କ ଡ୍ରାଇଭର ଓ ସହକର୍ମୀଙ୍କୁ ପଚରାଉଚରା କରିବ ପୋଲିସ ବୋଲି ଜଣାପଡିଛି।