ହାଇୱା ପାଇ ଭାଙ୍ଗିଲା ବିଦ୍ୟୁତଖୁଂଟ

0 57

ବାରଙ୍ଗ,୨୬।୫(ଏସଏସନିଉଜ)ରାସ୍ତାନିର୍ମାଣକାମରେ ନିୟୋଜିତ ଏକ ହାଇୱାଟି ବଜୁରିଗୁଣ୍ଡ କାଢିବାସମୟରେ ଡାଲାଟି ନଦୀବନ୍ଧ ରାସ୍ତାରେ ଥିବା ୧୧କେଭି ବିଦ୍ୟୁତଖୁଣ୍ଟରେ ଲାଗିଯିବାରୁ ବିଦ୍ୟୁତଖୁଂଟଟିଭାଙ୍ଗିଯିବାସହ ଗାଡିଟି ଓଲଟିପଡିଥିଲା ।ଚାଳକଜଣଙ୍କ ସୈାଭାଗ୍ୟବଶତଃ ବିଦ୍ୟୁତଆଘାତରୁ ବଂଚିଯାଇଥିବାବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା ।
ପ୍ରକାସ ଯେ, ତ୍ରିଶୂଳିଆଠାରୁ ନରାଜ ପର୍ଯ୍ୟନ୍ତ କାଠଯୋଡ଼ି ନଦୀବନ୍ଧ ରାସ୍ତାର ପ୍ରଶସ୍ତିକରଣ ଚାଲୁରହିଛି। ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟରେ ନିୟୋଜିତ ଥିବା ଓଡ଼ି ୦୫ବିଏସ ୨୬୫୮ ହାଇୱା ଟ୍ରକଟି ବଜୁରି ଗୁଣ୍ଡ ବୋଝେଇ କରି ରବିବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଆସୁଥିଲା। ବ୍ରାହ୍ମଣୀଗାଁ ନିକଟସ୍ଥ କାଠଯୋଡ଼ି ନଦୀବନ୍ଧରେ ହାଇୱା ଗାଡ଼ିଟି ବଜୁରି ଖାଲିକରୁଥିବା ସମୟରେ ଅସାବଧାନତା ବଶତଃ ଗାଡ଼ିର ଡାଲାଟି ଉପରେଥିବା ୧୧କେଭି ବିଦ୍ୟୁତ ଖୁଣ୍ଟ ଉପରେ ଲାଗିଯିବାସହ ଗାଡିଟି ଓଲଟି ପଡିଥିଲା।ଯାହାଫଳରେ ବିଦ୍ୟୁତ୍ ଖୁଣ୍ଟଟି ଭାଙ୍ଗିଯାଇ ତାର ଛିଣ୍ଡିଯିବାରୁ ହାଇୱାଟି ବିଦ୍ୟୁତସଂଯୋଗକୁ ପଳାଇଆସିଥିଲା ।ଘଟଣାପରେ ହାଇୱାଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ତଳକୁ ଡେଇଁ ପଡ଼ିଥିବାରୁ ସେ ବର୍ତିଯାଇଥିଲେ ।ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ବିଦ୍ୟୁତବିଭାଗର କର୍ମଚାରୀମାନେ ବିଦ୍ୟୁତ ସଂଯୋଗ ବିଛିନ୍ନ କରିବାରୁ ଏକ ବଡଦୁର୍ଘଟଣାରୁ ଅନ୍ୟମାନେ ବର୍ତିଯାଇଥିଲେ ।ହାଇୱା ଚାଳକଙ୍କ ମୁଣ୍ଡରେ ଗଭୀର ଆହତ ଲାଗିଥିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଚିକିତ୍ସା ପାଇଁ କଟକ ଡ଼ାକ୍ତରଖାନାକୁ ପଠାଯାଇଥିଲା।ଅନ୍ୟପଟେ ଏହି ଘଟଣାପରେ ଦୀର୍ଘ ସମୟଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା।

Leave A Reply

Your email address will not be published.