ବରଗଡ଼,୫ା୧(ଏସଏସନିଉଜ)ବରଗଡରେ ଦୁର୍ଘଟଣାରେ ଦୁଇ ବିଜେପି ନେତାଙ୍କ ମୃତ୍ୟୁକୁ ନେଇ ମୃତକଙ୍କ ପରିବାରପକ୍ଷରୁ ହତ୍ୟାଅଭିଯୋଗ ଅଣାଯାଇଛି ।ଯାହାକୁନେଇ ଏବେ ସସପେନ୍ସ ବଢିଛି । ଶନିବାର ବିଳମ୍ବିତ ରାତିରେ ବରଗଡ଼ ଜାତୀୟ ରାଜପଥ ୫୩ର କଣ୍ଟାପାଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି। ଏଥିରେ ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କମୃତ୍ୟୁ ଘଟିଛି। କାରରେ ଘରକୁ ଫେରୁଥିବା ବେଳେ ହାଇୱା ଧକ୍କାରେ ଉଭୟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ କାରରେ ଥିବା ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ବୁର୍ଲାପୋଲିସ ଦୁର୍ଘଟଣା ଘଟାଇଥିବା ହାଇୱାଗାଡି ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଏକ ହତ୍ୟାମାମଲା ପୋଲିସ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହାଇୱାଟି ସେମାନଙ୍କୁ ତିନିତିନିଥର ଧକ୍କା ଦେଇଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବିଜେପି କର୍ମୀ କହିଛନ୍ତି।