ପୁରୀ,୧୨/୧୦(ଏସଏସନିଉଜ)ଶ୍ରୀମନ୍ଦିର ଭିତରେ ଜଣେ ହବିଷ୍ୟାଳିଙ୍କୁ ମାଡ଼ ମରାଯାଇଥିବାର ଅଭିଯୋଗ ଆସିଛି। ଶ୍ରୀମନ୍ଦିରଭିତରେ ଜଣେସେବାୟତ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ହବିଷ୍ୟାଳିଜଣଙ୍କ ବ୍ରହ୍ମଗିରିଅଞ୍ଚଳର ହୋଇଥିବା ବେଳେ ସେ ବୃନ୍ଦାବତୀନିବାସରେ ରହୁଥିଲେ। ମାଡ଼ ମାରିଥିବା ସେବାୟତ କିଏ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାର ଜଣାପଡିଛି ।