ଗିରଫ ହେଲେ ନିମାପଡା ତହସିଲଦାର

ଭୁବନେଶ୍ୱର,୨/୧୧(ଏସଏସନିୟୁଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଓ ସାନଭାଇ ଲକ୍ଷ୍ମଣ ଜେନା ଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ଆଜି ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା । କଟକର ସିଡିଏ, ଧାନମଣ୍ଡଳ ଓ ଗରଦପୁର ବାସଭବନରେ ଚଢ଼ାଉ ହୋଇଥିଲା । ତହସିଲଦାରଙ୍କଠାରୁ ପ୍ରଥମେ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ ପରେ ସରକାରୀ ଘରୁ ୫୦ ହଜାର ଟଙ୍କା ମିଳିଥିଲା ।ଏହାପରେ ତହସିଲଦାରଙ୍କ ନାମରେ ୫ରୁ ଅଧିକ ପ୍ୟାନ କାର୍ଡ ଜବତ କରିଥିଲେ । ସାନ ଭାଇ ଲକ୍ଷ୍ମଣଙ୍କୁ ବିଗତ ଏକ ମାସରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଥିବାର ଅନୁଧ୍ୟାନ ବେଳେ ଭିଜିଲାନ୍ସ ଜାଣିବାକୁ ପାଇଥିଲା । ଦୁର୍ନୀତି କାରବାରରେ ରାମଚନ୍ଦ୍ରଙ୍କୁ ଲକ୍ଷ୍ମଣ ସହଯୋଗ କରି ଆସୁଥିଲେ। ଲକ୍ଷ୍ମଣ ଜେନାଙ୍କ ବ୍ୟକ୍ତିଗତ ସ୍ତରରେ ରୋଜଗାର ନଥିବାବେଳେ ତାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ରହୁଥିଲା। ସେପ୍ଟେମ୍ବର ମାସରେ ୧୦ ଲକ୍ଷ ଟଙ୍କା ଭାଇଙ୍କଠାରୁ ଆଣିଥିବା ଲକ୍ଷ୍ମଣ ଭିଜିଲାନ୍ସ ସ୍ୱୀକାର କରିଥିଲେ ।

 

- Advertisement -

Leave A Reply

Your email address will not be published.