ଗାଆଁରେ ବୁଲିଲା ଗୋଠଛଡା ହାତୀ

0 32

ବାରଙ୍ଗ,୪/୧୦(ଏସଏସନିଉଜ) ସାବଧାନ , ମାତିଛି ଗୋଠଛଡ଼ା ମାଇ ହାତୀ । ସନ୍ଧ୍ୟା ହେଲେ ରାଜରାସ୍ତାରେ ବୁଲୁଥିବା ବେଳେ ନିକଟ ଗାଁ ରେ ପଶୁଛି । ଫସଲ ନଷ୍ଟ କରିବା ସହ ପାଚେରୀ ଭାଙ୍ଗି ଦେଉଛନ୍ତି । ଏବେ ଚିନ୍ତା ରେ ପଡିଯାଇଛନ୍ତି ଲୋକେ ।ଏହିଭଳି ଘଟଣା ନରାଜ ଗ୍ରାମରେ ଦେଖିବାକୁ ମିଳିଛି । ଏହି ହାତୀର ଦୌରାତ୍ମ୍ୟ ଯୋଗୁ ଚାଷୀମାନଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ନାହିଁ ନଥିବା ହଇରାଣ ହେଉଛନ୍ତି ।ତେବେ ଏହି ଗ୍ରାମରେ ଗୋଟିକିଆ ଗୋଠଛଡା ମାଈ ହାତୀ ଗୁରୁବାର ଦିନ ଉତ୍ପାତ କରିଛି ।ବିଳମ୍ବିତରାତିରେ ହାତୀଟି ଗାଁରେ ପଶି ବସନ୍ତ ସାହୁ ନାମକ ବ୍ୟକ୍ତି ଙ୍କ ବାଡିର ପାଚେରୀ ଭାଙ୍ଗିବା ସହ ଅନ୍ୟ ଜଣଙ୍କ ବାଡ଼ିରେ ପଶି କଦଳୀ ଗଛ ଭାଙ୍ଗିଥିଲା।ଏହା ଜଣାପଡିବା ପରେ ଗ୍ରାମରେ ଆତଙ୍କ ଖେଳି

ଯାଇଥିଲା।ଏହି ଖବର ଜଣାପଡିବା ପରେ ଗ୍ରାମର ଯୁବକ ମାନେ ବିଭିନ୍ନ ଛାତ ଉପରେ ରହି ହୋହାଲ୍ଲା କରିବାରୁ ହାତୀଟି ଧୀରେ ଧୀରେ ଗାଁ ର ବିଭିନ୍ନ ସାହି ବାଟ ଦେଇ ନିକଟସ୍ତ ସିଧେସ୍ୱର ପାହାଡ଼କୁ ଚାଲିଯାଇଥିବା ଜଣାପଡିଛି ।ପୂର୍ବରୁ ଗତ କିଛି ଦିନ ହେବ ବାଙ୍କୀ ଭଗିପୁର ଅଞ୍ଚଳରେ ଆତଙ୍କ ଖେଳାଇଥିଲେ ହତିପଲ୍ଲ। ଏବେ ଗାଁ ମୁଁହା ହୋଇଛନ୍ତି । ଏହି ଖବର ପାଇଁ ଶୁକ୍ରବାର ସକାଳେଘଟଣାସ୍ଥଳରେ ବନ ବିଭାଗ ପହଁଚି ହାତୀର ଗତି ବିଧି ଉପରେ ନଜର ରଖିଛନ୍ତି ।ହାତୀଟି ସିଦ୍ଧେଶ୍ୱର ପାହାଡରେ ରହିଥିବାରୁ ଆଜି ଦିନ ତମାମ ଗ୍ରାମବାସୀ ମାନେ ଭୟଭୀତ ହୋଇ ରହିଛନ୍ତି।ହାତୀଟି ବିଳମ୍ବିତ ରାତିରେ ଜଙ୍ଗଲକୁ ପଲାଇ ଯିବାର ଅସା ରଖିଛି ବନ ବିଭାଗ।

Leave A Reply

Your email address will not be published.