ଗାଓଁ କି ଓର କର୍ମଶାଳା

କଟକ,୨୩ା୧୨(ଏସଏସନିଉଜ)ଜାତୀୟସ୍ତରରେ ଡିସେମ୍ବର ୧୯ ତାରିଖଠାରୁ ୨୪ ତାରଖ ପର‌୍ୟ୍ୟନ୍ତ “ସୁଶାସନ ସପ୍ତାହ” ପାଳନ ଅବସରରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ “ସୁଶାସନ-ପ୍ରଶାସନ ଗାଓଁ କି ଓର” ବିଷୟବସ୍ତୁ ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜନ କରଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଲୋଚ୍ୟ ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଟିପ୍ପଣୀ ପ୍ରଦାନ କରିଥିଲେ । ୧୯୯୨ ମସିହା ପରଠାରୁ ଏହି ଦିବସ ପାଳନ କରାଯାଉଥିବା ତାପ୍ତର୍ଯ୍ୟ ସଂପର୍କରେ ସୂଚନା ଦେଇ ସେ କହିଲେ ଯେ, ଦେଶର ସାମାଜିକ , ଅର୍ଥନୈତିକ ବିକାଶ ନିମନ୍ତେ ବର୍ତ୍ତମାନ ସରକାର ବିଶେଷ ଧ୍ୟାନ ଦେଉଛନ୍ତି। ସରକାରଙ୍କ ସେବାରୁ ବଞ୍ଚିତ ହେଉଥିବା ଏବଂ ଅବହେଳିତ ଜନସାଧାରଣ ସେବା ପ୍ରାପ୍ତ ନିମନ୍ତେ ସରକାରଙ୍କ ବିଭିନ୍ନ ନୀତିନିୟମ ବିଷୟରେ ଅବଗତ ହେବା ତଥା ସରକାର ଗ୍ରହଣ କରୁଥିବା ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ଗାଁ ମାନଙ୍କରେ ପ୍ରଶାସନ ଦ୍ଵାରା ସୁସାଶନ ବ୍ୟବସ୍ଥାର ପ୍ରଚଳନ ନିମନ୍ତେ ଗ୍ରାମ ସଭା, ପଲ୍ଲୀ ସଭା ଆଦି କାର୍ଯ୍ୟକ୍ରମ କରାଯିବା ଉପରେ ଗୁରୁତ୍ଵାରୋପ କରିଥିଲେ । ସରକାରଙ୍କ ସୁଶାସନ ବ୍ୟବସ୍ଥାକୁ ଗୁରୁତ୍ଵ ଦେଇ ବିଶେଷ କରି ଜନଅଭିଯୋଗ ଗୁଡିକର ସମୟ ସାପେକ୍ଷ ସମାଧାନ,ସରକାରୀ ଦସ୍ତାବିଜ ଗୁଡିକର ତଥ୍ୟ ଅନୁଦାନ ପୂର୍ବକ ସମୟ ସୀମା ମଧ୍ୟରେ ଫଏସଲା ଏବଂ ସ୍ବଚ୍ଛତା ଅବଲମ୍ବନ ନିମନ୍ତେ ସମୟ ସମୟରେ ସରକାରୀ ସେବା କାର୍ଯ୍ୟର ଯାଞ୍ଚ ଆଦି କରାଯିବା ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ।ପ୍ରଶାସନିକ ବ୍ୟବସ୍ଥାରେ ସ୍ଵଚ୍ଛତା ଅବଲମ୍ବନ ପୂର୍ବକ ସାଧୁତା, ସମୟାନୁବର୍ତ୍ତିତା ଏବଂ ଉତ୍ତମ ବ୍ୟବହାର ସହ ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନେ ମାନସିକସ୍ତରରେ ପ୍ରସ୍ତୁତ ରହି ସମସ୍ତ କାର୍ଯ୍ୟ ସମ୍ପାଦନ କରିପାରିଲେ ଶାସନ ବ୍ୟବସ୍ଥାରେ ଅଧିକ ରୁ ଅଧିକ ସୁଧାର ଅଣାଯାଇପାରିବ ବୋଲି ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଥିଲେ । ଓରମାସ ଯୁଗ୍ମ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବିପିନ ରାଉତ ସରକାରଙ୍କର କାର୍ଯ୍ୟକ୍ରମ କରାଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ ।ଡେପୁଟି କଲେକ୍ଟର, ସାଧାରଣ ଓ ବିବିଧ,ଶ୍ରୀମତୀ ଜୋତ୍ସ୍ନା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

 

- Advertisement -

Leave A Reply

Your email address will not be published.