ଗଣେଶ ପୂଜାରେ ଅଘଟଣ

ନୟାଗଡ଼,୧/୯(ଏସଏସନିଉଜ) ଗଣେଶ ପୂଜାରେ ନୟାଗଡ଼ ଜିଲ୍ଲାରେ ଏକ ଅଘଟଣ ଘଟିଛି । ଗତକାଲି ପୋଖରୀରେ ଗାଧୋଇବାକୁ ଯାଇ ୨ ନାବାଳକ ଭାଇ ଚନ୍ଦ୍ର ଶେଖର ସ୍ୱାଇଁ(୮) ଓ ରୁଦ୍ର ମାଧବ ସ୍ୱାଇଁ(୩)ଙ୍କର ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣା ଖୁଣ୍ଟୁବନ୍ଧ ପଞ୍ଚାୟତ ଅନ୍ତର୍ଗତ ସଠିଆପଲ୍ଲୀ ଗାଁରେ ଘଟିଛି ।ଗାଧୋଇବାବେଳେ ଦୁଇଭାଇପାଣିରେ ବୁଡିଯାଇଥିଲେ ।ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବାବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

- Advertisement -

Leave A Reply

Your email address will not be published.