ବାରଙ୍ଗ,୧୧/୧୨(ଏସଏସନିଉଜ) ବୁଧବାର ଦିନ ଦ୍ୱିପହରରେ କଳାରାହଙ୍ଗ ଗାଁ ମୁଣ୍ଡ ହନୁମାନ ମନ୍ଦିର ନିକଟରୁ ଏକ ବିରାଟ ଅଜଗର ସାପକୁ ସ୍ଥାନୀୟ ଜଣେ ସ୍ନେକଲାଇଭ ସଦସ୍ୟ ଉଦ୍ଧାରକରି ଜଙ୍ଗଲରେ ଛାଡ଼ିଥିବାର ଜଣାପଡିଛି। ପ୍ରାୟ ୧୦/୧୨ଫୁଟ ଲମ୍ବର ଏକ ମାଈ ଅଜଗର ସାପଟି ହନୁମାନ ମନ୍ଦିରପାଖରେ ଥିବା ଏକ ଗଛ ଉପରେ ରହିଥିଲା ।ସ୍ଥାନୀୟ ଗ୍ରାମର କେତେକ ଯୁବକ ଯାତାୟାତ ସମୟର ଦେଖିବାକୁ ପାଇଥିଲେ।ଏହାପରେ ସଂଗବଧ ଭାବେ ଯୁବକ ମାନେ ଏକାଠି ହୋଇ ସାପ ଟିକୁ ରୋକିବା ସହ ସ୍ଥାନୀୟ ଜଣେ ସ୍ନେକ ଲାଇଭ ସଦସ୍ୟକୁ ଡାକି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।ପରେ ଉକ୍ତ ସଦସ୍ୟ ଜଣଙ୍କ ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିବାର ଜଣାପଡିଛି ।(ଜିତ ରାଉତଙ୍କ ରିପୋର୍ଟ)