ନୀଳଗିରି, ୧୮/୧୧(ଏସଏସନିୟୁଜ) ଆଜି ସନ୍ଧ୍ୟାରେ ପିକ୍-ଅପ୍ ଭ୍ୟାନ୍ର ଟାୟାର ବିସ୍ଫୋରଣ ହୋଇ ପାଖରେ ଛିଡାହୋଇଥିବା ଜଣେ ନାବାଳକର ୨ଟି ହାତ ଛିଣ୍ଡି ପଡ଼ିଥିବା ବେଳେ ମୁହଁ ଗଭୀର ଭାବେ କ୍ଷତବିକ୍ଷତ ହୋଇଛି।ଗୁରୁତର ଆହତ ହୋଇଥିବା ନାବାଳକକୁ ଚିକିସ୍ାପାଇଁ ପ୍ରଥମେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।ନୀଳଗିରି ଥାନା ଅନ୍ତର୍ଗତ ପଞ୍ଚଲିଙ୍ଗେଶ୍ବର ନିକଟ ମାନଗଡ଼ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ଟାୟାର ଦୋକାନରେ ନାବାଳକ ଜଣଙ୍କ ଛିଡା ହୋଇଥିଲା ।ଏହିସମୟରେ ଟାୟାର ଦୋକାନରେ ରହିଥିବା ପିକ୍-ଅପ୍ ଭ୍ୟାନ୍ର ଟାୟାର ବିସ୍ଫୋରଣ ହେବାରୁ ଟାୟାରର ରିମ୍ ଭାଙ୍ଗିଯାଇ ୨ ହାତ ଓ ମୁହଁରେ ଲାଗିଥିଲା ।ସ୍ଥାନୀୟ ଲୋକାମନେ ଗୁରୁତର ଆହତ ହୋଇଥିବା ନାବାଳକଙ୍କୁ ଚିକିସ୍ ପାଇଁ ନେଇଯାଇଥିଲେ ।