ଫାୟାର ପାଇଲା ନାହିଁ,ପାଇଲେ ମାସ୍ୟଜିବି

ମହାନଦୀରୁ ମିଳିଲା ମୃତଦେହ

0 10

ବାରଙ୍ଗ,୩୦/୧୦((ଏସଏସନିଉଜ) ମୁଣ୍ଡଳୀବ୍ରିଜ ଉପରେ ଗାଡ଼ି ରଖି ନିଖୋଜ ଥିବା ଢେଙ୍କାନାଳ କାବେରା ଗାଁର ତାରିଣୀ ପ୍ରସାଦ ରାଉତଙ୍କ ମୃତଦେହ ବୁଧବାର ସକାଳୁ ଉଦ୍ଧର ହୋଇଛି।ମଙ୍ଗଳବାର ଦିନ ତମାମ ଅଗ୍ନିଶ୍ରମ ବାହିନୀ ଖୋଜାଖୋଜି କରି ବିଫଳ ହେବାପରେ ଆଜି ସକାଳୁ ମସ୍ୟଜିବିଙ୍କ ଦ୍ଵାରା ମୃତଦେହ ଉଦ୍ଧାର ପରେ ତାରିଣୀମହାନଦୀକୁ ଡେଇଁ ଆତ୍ମହତ୍ୟା କରାଯାଉଥିବା ସନ୍ଦେହ ସତ ହୋଇଛି।

https://youtu.be/pXavNJEqBaE?si=VpM-8wDDikTiFckb

ପ୍ରକାଶଯେ,ବ୍ୟାଙ୍କ କର୍ମଚାରୀ ତାରିଣୀ ସୋମବାରଦିନ ୧୨ଟାରେ ବ୍ୟାଙ୍କରୁ ଏକ ପଲସରଯୋଗେ ବାହାରି ଥିଲେ।ବିଳମ୍ଭିତ ରାତିରେମୁଣ୍ଡଳୀ ବ୍ରିଜ ଉପରେ ବାଇକ ରଖି ମହାନଦୀକୁ ଡେଇଁ ପଡିଥିଲେ।ବହୁ ସମୟଧରି ବାଇକ ଥୁଆ ହୋଇଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ।ମଙ୍ଗଳବାର ସକଳେ ପୁଲିସ ଓ ଅଗ୍ନିଶମ ବାହିନୀ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ମହାନଦୀରୁ ନିରାଶରେ ଫେରିଥିଲେ। ବୁଧବାର ସକାଳେ ମୁଣ୍ଡଳୀ ଅଞ୍ଚଳର କିଛି ମସ୍ୟଜୀବି ମାଛ ମାରୁଥିବାବେଳେ ମହାନଦୀରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖୁବାକୁ ପାଇଥିଲେ।ସାନମୁଣ୍ଡଳୀଗାଁର ଗଣ୍ଠି ଦଳେଇ ନାମକ ମସ୍ୟଜୀବି ମୃତ ଦେହକୁ ମହାନଦୀରୁ ଉଦ୍ଧାର କରି କୂଳକୁ ଆଣିବା ସହ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ମୃତଦେହକୁ ଜବତ କରି
ବ୍ୟବଚ୍ଛେଦପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇଛି।ପୋଲିସମୃତକଙ୍କ ପକେଟରୁ ଗୋଟିଏ ମୋବାଇଲ ଫୋନ ଓ ପର୍ସ ଜବତ କରିଛି।ଅନଲାଇନ ଟ୍ରେଡିଂ କରି ମାନସିକ ଚାପରେ ତାରିଣୀରହୁଥିବାର ପୋଲିସ ପଚରାଉଚରା ବେଳେ ପରିବାର ଲୋକଙ୍କଠାରୁ ଜାଣିବାକୁ ପାଇଛି।ଅନ୍ୟପଟେ ଏକମାତ୍ର ପୁଅକୁ ହରାଇ ଉକ୍ତ ପରିବାର ଭାଙ୍ଗି ପଡିଛନ୍ତି।

Leave A Reply

Your email address will not be published.